ହିନ୍ଦୀ ଫିଲ୍ମ ଥ୍ରୀଲରରେ ଅଶ୍ଲୀଳ ନୃତ୍ୟ ଅଭିଯୋଗ : ବଲିଉଡ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ନାଁରେ ନବରଙ୍ଗପୁର ଥାନାରେ ଏତଲା; ହାଇକୋର୍ଟ ଯିବାକୁ ଚେତାବନୀ

Advertisment
ହିନ୍ଦୀ ଫିଲ୍ମ ଥ୍ରୀଲରରେ ଅଶ୍ଲୀଳ ନୃତ୍ୟ ଅଭିଯୋଗ : ବଲିଉଡ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ନାଁରେ ନବରଙ୍ଗପୁର ଥାନାରେ ଏତଲା; ହାଇକୋର୍ଟ ଯିବାକୁ ଚେତାବନୀ

କନକ ବ୍ୟୁରୋ : ପ୍ରଖ୍ୟାତ ବଲିଉଡ ନିର୍ଦ୍ଦେଶକ ରାମଗୋପାଳ ବର୍ମା ନାଁରେ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି । ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ ପକ୍ଷରୁ ଏହି ଏତଲା ଦାୟର ହୋଇଛି । ଏଥିରେ ଅଭିଯୋଗ କରାଯାଇଛି ଯେ, ଥ୍ରୀଲର ଫିଲ୍ମରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରାଯାଇଛି ଓ ହିନ୍ଦୁ ଦେବାଦେବୀକୁ ନାଁକୁ ବ୍ୟବହାର କରାଯାଇଛି । । ତେଣୁ ରାମ ଗୋପାଳଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ ।

ଫିଲ୍ମରେ ଓଡିଆ ଅଭିନେତା ଓ ଅଭିନେତ୍ରୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଆଗାମୀ ଦିନରେ ଏ ନେଇ ହାଇକୋର୍ଟରେ ଏତଲା ଦିଆଯିବ ଓ ଫିଲ୍ମର ହିନ୍ଦୁ ଦେବାଦେବୀଙ୍କ ନାଁକୁ ବାଦଦେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ହିନ୍ଦୁ ଏକତା ବାହିନୀ ଚେତାବନୀ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe