ଛୋଟ ପିଲାଙ୍କ ସହ ହେଉଥିବା ଯୌନ ଅପରାଧକୁ କମ୍ କରିବା ପାଇଁ ଏବଂ ଏଭଳି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହୋଇଥିବା ସରକାରୀ ସହାୟତା ନମ୍ବରରେ ଏବେ ଅଶ୍ଲୀଳ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଯାଇଛି । ଅଶ୍ଲୀଳ ଲୋକମାନେ ଶିଶୁ ସହାୟତା ନମ୍ବରରେ ଫୋନ୍ କରି ଯୌନସେବା ଯୋଗାଇଦେବା ପାଇଁ କହୁଛନ୍ତି । ଏମିତିରେ ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିଆର) ର ବିନା ଦେୟ ମୁକ୍ତ ନମ୍ବରକୁ ଅସ୍ଥାୟୀ ରୁପରେ ବନ୍ଦ କରିବାକୁ ପଡିଛି ଏବଂ ଦେୟ ମୁକ୍ତ ସ୍ଥାନରେ ବେକଳ୍ପିକ ନମ୍ବରକୁ ଲଞ୍ଚ୍ କରାଯାଇଛି ।
ତେବେ ଏଥିରେ ଗ୍ରାହକଙ୍କୁ ଅସୁବିଧା ଉପୁଜିଥିବାରୁ ପୁଣି ଥରେ ଏହି ଟୋଲ୍ ଫ୍ରି ନମ୍ବରକୁ ଆରମ୍ଭ କରିବାକୁ ଚେଷ୍ଟା କରାଯାଉଛି । ୨୦୧୬ ମସିହାରେ ଏହି ହେଲ୍ପଲାଇନ୍ ନମ୍ବରକୁ ମହିଳା ତଥା ଶିଶୁ ବିକାଶ ମନ୍ତ୍ରାଳୟ ଆରମ୍ଭ କରିଥିଲେ । ଏହି ନମ୍ବରରେ ଲୋକମାନେ ଶିଶୁଙ୍କ ଉପରେ ହେଉଥିବା ଯୌନ ଅପରାଧକୁ ରୋକିବା ପାଇଁ ଅଭିଯୋଗ ବିରୁଦ୍ଧରେ ଏତଲା ଦେଉଥିଲେ । ତେବେ ଏହି ନମ୍ବରର ଲଞ୍ଚ୍ ହେବା ପରେ ୨ ବର୍ଷ ମଧ୍ୟରେ ଏଥିରେ ୧୦୪ ଟି କେସ୍ ସାମ୍ନାକୁ ଆସିଥିଲା । ତେବେ ଯୌନ ସଂବନ୍ଧୀୟ ବିଷୟକୁ ନେଇ ୨,୮୩୬ ଟି କଲ୍ ଆସିଛି । ତେବେ ଏନେଇ ପୋଲିସ୍ ଏବଂ ଏମଟିଏନଲରେ ମଧ୍ୟ ଅଭିଯୋଗ କରାଯାଇଛି ।
ତେବେ ଏଭଳି ମଧ୍ୟ କୁହାଯାଉଛି ଯେ ଇଣ୍ଟରନେଟ୍ ରେ ଲୋକମାନେ ପର୍ଣ୍ଣ ସାଇଟକୁ ଖୋଲି ଦେଖିବାକୁ ଚେଷ୍ଟା କରିଥିବେ କିନ୍ତୁ ଶିଶୁ ସହାୟତା କେନ୍ଦ୍ରର ଟୋଲ୍ ଫ୍ରି ନମ୍ବର ଆଗକୁ ଆସିଥିବ । ଏହି ଟୋଲ୍ ଫ୍ରି ନମ୍ବରକୁ ଦେଖି ଲୋକମାନେ ଫୋନ୍ କରି ଯୌନ ସମ୍ବନ୍ଧୀୟ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/phone-tapping_1533218689.jpeg)
/kanak/media/post_attachments/wp-content/uploads/2018/10/Image-300x173.jpg)
/kanak/media/post_attachments/wp-content/uploads/2018/10/download-5.jpg)