କ୍ରମାଗତ ଭାବରେ ବାର୍ଦ୍ଧକ୍ୟ ଆଡକୁ ଗତି କରୁଛି ଚୀନ୍‌ର ଜନସଂଖ୍ୟା ।   ଜିନପିଙ୍ଗଙ୍କ ସମସ୍ୟା

110

ଗତ କିଛି ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ କୋଭିଡ୍ ସୃଷ୍ଟି କରିଥିବା ପରିସ୍ଥିତିରୁ ଆମେ କହିପାରିବା ଯେ ସାଧାରଣ ଜୀବନ ଏପର୍ଯ୍ୟନ୍ତ ସୁସ୍ଥ ହୋଇପାରି ନାହିଁ । ବିଶ୍ୱର ସର୍ବ ଜନବହୁଳ ଦେଶ ମଧ୍ୟରେ ଗଣାଯାଉଥିବା ଚୀନ୍, କୋଭିଡ ପରେ ଏହାର ଜନସଂଖ୍ୟା ଉପରେ ବହୁତ ପ୍ରଭାବ ପକାଇଥିଲା ।

ଗତ କିଛି ବର୍ଷ ମଧ୍ୟରେ କରୋନା କାରଣରୁ ବିଶ୍ୱରେ ଯେଉଁଭଳି ପରିବର୍ତ୍ତନ ହୋଇଛି, ଲୋକଙ୍କ ଜୀବନ ଉପରେ ଏହାର ପ୍ରଭାବ ଏବେ ବି ଅଛି । ଏହାର ସଦ୍ୟତମ ଉଦାହରଣ ହେଉଛି ଚୀନ୍‌ । କରୋନା ଯୋଗୁଁ ଚୀନର ଜନସଂଖ୍ୟା ବହୁତ ପ୍ରଭାବିତ ହୋଇଛି । କୋଭିଡ -19 ସମ୍ବନ୍ଧୀୟ ପ୍ରତିବନ୍ଧକକୁ ହଟାଇବା ସତ୍ତ୍ୱେ ମୃତ୍ୟୁ ହାର ବୃଦ୍ଧି ଏବଂ କମ୍ ଜନ୍ମ ହାର ହେତୁ ୨୦୨୩ ତୁଳନାରେ ଚୀନ୍ ଜନସଂଖ୍ୟାରେ ପ୍ରାୟ ୨୦ ଲକ୍ଷର ବ୍ୟବଧାନ ରହିଛି, ଯାହା ଏକ ବହୁତ ବଡ ବ୍ଯବଧାନ  ଅଟେ ।

ଗତ ୨ ବର୍ଷ ଧରି ଚାଇନାର ଜନସଂଖ୍ୟା ହ୍ରାସ ହେବାର ଧାରା ଜାରି ରହିଛି । ଲଗାତର ଦ୍ୱିତୀୟ ବର୍ଷ ପାଇଁ ଚୀନ୍ ଜନସଂଖ୍ୟାରେ ମଧ୍ୟ ଏକ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିଛି । ଏହି ବିଷୟରେ ପରିସଂଖ୍ୟାନ ବ୍ୟୁରୋ ସହିତ କଥାବାର୍ତ୍ତା ବେଳେ ଜଣେ ଅଧିକାରୀ କହିଥିଲେ ଯେ ଦେଶର ମୋଟ ଜନସଂଖ୍ୟା ୧.୪ ବିଲିୟନ । ବୃଦ୍ଧି ପରିବର୍ତ୍ତେ ଏହା ଦ୍ରୁତ ଗତିରେ ହ୍ରାସ ପାଉଛି । କୋଭିଡ -19 ଆରମ୍ଭ ହେତୁ ଏହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟାରେ ତୀବ୍ର ବୃଦ୍ଧି ଘଟିବ ବୋଲି ଡେମୋଗ୍ରାଫରମାନେ ପୂର୍ବାନୁମାନ କରିଥିଲେ ।

ଅନ୍ୟପକ୍ଷରେ ଚାଇନାରେ ଜନ୍ମ ହାରରେ ହଠାତ୍ ହ୍ରାସ ଘଟିଛି, ଯାହା ମଧ୍ୟ ତାଙ୍କ ପାଇଁ ସଙ୍କଟ ସୃଷ୍ଟି କରିପାରେ । ବାସ୍ତବରେ ଚାଇନାରେ ଦୀର୍ଘ ଦିନ ଧରି ଅର୍ଥନୈତିକ  ଏବଂ ସାମାଜିକ ଚ୍ୟାଲେଞ୍ଜ ସବୁ ରହିଆସିଛି । ଚୀନ୍ ଜନସଂଖ୍ୟାର ହାରାହାରି ବୟସ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ଅଧିକାଂଶ ଜନସଂଖ୍ୟା ବାର୍ଦ୍ଧକ୍ୟ ଆଡକୁ ଗାଡି କରୁଛନ୍ତି ।  ଏହି କାରଣରୁ ଚାଇନାରେ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଉଛି । ଯଦି ଶ୍ରମିକ କମ୍ ହେଇଯାନ୍ତି ତେବେ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ସମୟ ସହିତ ମନ୍ଥର ହୋଇପାରେ । ଏହା ବ୍ୟତୀତ ଦେଶର ବୟସ୍କ ବୃଦ୍ଧାବୃଦ୍ଧଙ୍କୁ ସେବା ଯୋଗାଇବା ପାଇଁ ଦେଶର ସାମର୍ଥ୍ୟ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ ।

କୋଭିଡ ପୂର୍ବରୁ ମଧ୍ୟ ଚାଇନାରେ ଜନ୍ମ ହାର କ୍ରମାଗତ ଭାବେ ହ୍ରାସ ପାଉଥିଲା । ଗତ ୭ ବର୍ଷ ଧରି ଏହି ଧରା  କ୍ରମାଗତ ଭାବରେ ଘଟି ଚାଲିଛି । ଏହା କୁହାଯାଇପାରେ ଯେ ଗତ କିଛି ବର୍ଷ ତୁଳନାରେ ଏଥର ଏହି ହ୍ରାସ କମ୍ ଅଛି । ଗତ ବର୍ଷ ଚାଇନାରେ ପ୍ରାୟ ୯୦ ଲକ୍ଷ ପିଲା ଜନ୍ମ ହୋଇଥିଲେ। ଏହା ପୂର୍ବରୁ ଚାଇନାରେ, ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ, ସେଠାରେ ଥିବା ଲୋକମାନେ କେବଳ ଗୋଟିଏ ଶିଶୁର ନୀତି ଆପଣେଇ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ସେଠାରେ ନୂତନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି । ୨୦୧୬ ମସିହାରେ ଏହି ନୀତି ଆନୁଷ୍ଠାନିକ ଭାବେ ସମାପ୍ତ ହେବା ପରଠାରୁ ଚୀନ୍ ସରକାର ଜନ୍ମ ହାରକୁ ଉତ୍ସାହିତ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ସରକାର ଏହି କାର୍ଯ୍ୟରେ ଅଧିକ ସଫଳତା ପାଇନାହାଁନ୍ତି ।

ଚାଇନାର ଜନସଂଖ୍ୟା ହ୍ରାସ ହେବାର କେବଳ ଗୋଟିଏ କାରଣ ନାହିଁ । ଏହାର ଅନେକ କାରଣ ଅଛି ଯେମିତି ସେଠାରେ ଯୁବକମାନଙ୍କ ଡେରିରେ ବିବାହ କରିବା , ଏହା ବ୍ୟତୀତ, ସେଠାରେ ଥିବା ଅନେକ ଲୋକ ସନ୍ତାନ ପ୍ରାପ୍ତ କରିବାକୁ ଚାହାଁନ୍ତି ନାହିଁ, କିମ୍ବା ଯଦିଓ ସେମାନେ କରନ୍ତି, ଏହା ବହୁତ ଡେରିରେ କରୁଛନ୍ତି ଏବଂ ଯଦି ସନ୍ତାନ କରୁଛନ୍ତି ତେବେ ତାହା ଗୋଟିଏ ଭିତରେ ସୀମିତ ରଖୁଛନ୍ତି । ଏହି ସବୁ ଜିନିଷର ମୁଖ୍ୟ କାରଣ ହେଉଛି ମୁଦ୍ରାସ୍ଫୀତି । ଏହିପରି ମୁଦ୍ରାସ୍ଫୀତି ହେତୁ ପିଲାମାନଙ୍କର ଶିକ୍ଷା ଏବଂ ଲାଳନପାଳନ ଅଧିକ ହେତୁ ଅଧିକାଂଶ ଲୋକ କେବଳ ଗୋଟିଏ ସନ୍ତାନର ନୀତି ଅନୁସରଣ କରୁଛନ୍ତି ।