ଜନସଂଖ୍ୟା ନିୟନ୍ତ୍ରଣ ନେଇ ବିଜେପିର ରଣନୀତି । ମୌସୁମୀ ଅଧିବେଶନରେ ଉପସ୍ଥାପିତ ହୋଇପାରେ ବିଲ୍

66

କନକ ବ୍ୟୁରୋ : ୟୁପି ମୁଖ୍ୟମନ୍ତ୍ରୀ ଜନସଂଖ୍ୟା ନିୟନ୍ତ୍ରଣ ନେଇ ଘୋଷଣା କରିବା ପରେ ଏବେ ଦେଶରେ ଏହି ବିଲ୍ ଲାଗୁ ହୋଇପାରେ । ଏନେଇ ବିଜେପି ପକ୍ଷରୁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ବିଜେପି ଯୋଜନା କରିଛି କି ଏହି ବିଲକୁ ରାଜ୍ୟସଭା ସାଂସଦଙ୍କ ମାଧ୍ୟମରେ  ପ୍ରାଇଭେଟ ମେମ୍ବର ବିଲ୍ ଭଳି ରାଜ୍ୟସଭାରେ ଉପସ୍ଥାପନ କରି ଚର୍ଚ୍ଚା କରାଇବ ।

ବିଜେପି ସାଂସଦ ରାକେଶ ସିହ୍ନା ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଏକ ଘରୋଇ ସଦସ୍ୟ ବିଲ୍ ଉପସ୍ଥାପନ କରିସାରିଛନ୍ତି। ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହର ଶୁକ୍ରବାର ଦିନ ଏହି ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଏହି ପ୍ରସଙ୍ଗରେ ଏକ ଘରୋଇ ବିଲ୍ ଉପସ୍ଥାପନ କରିଛନ୍ତି।

କହିରଖୁ କି ଉତ୍ତରପ୍ରଦେଶ ସରକାର ନିଜ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ବିଲ ପାରିତ କରିବାକୁ ପ୍ରୟାସ କରିଛନ୍ତି । ଏହାକୁ ନଜରରେ ରଖି ସରକାର ଏକ ଡ୍ରାଫ୍ଟ ବି ପ୍ରସ୍ତୁତ କରିଛନ୍ତି । ଏହି ଡ୍ରାଫ୍ଟ ମୁତାବକ ୨ ଟିରୁ ଅଧିକ ପିଲା ଥିବା ଅବିଭାବକ ମାନଙ୍କୁ ଅନେକ ସରକାରୀ ଯୋଜନାର ଲାଭ ମିଳିବ ନାହିଁ । ସରକାରୀ ଚାକିରୀ ଓ ନିର୍ବାଚନ ଲଢିବାରୁ ସେମାନେ ବଞ୍ଚିତ ହେବେ ।

ରାଜ୍ୟସଭାରେ ପ୍ରାଇଭେଟ ମେମ୍ବର ବିଲ ଉପସ୍ଥାପନ କରିବାକୁ ଥିବା ସାଂସଦ ଅନୀଲ ଯାଦବ କହିଛନ୍ତି କି ୨୦୧୯ ଅଗଷ୍ଟ ୧୫ ତାରିଖରେ ଲାଲ କିଲ୍ଲାରେ ଜନସଂଖ୍ୟା ନିୟନ୍ତ୍ରଣଳୁ ନେଇ ପ୍ରଧାନମନ୍ତ୍ରୀ ନିଜମତ ରଖିଥିଲେ । ସେ ଆହୁରି କହିଛନ୍ତି କି ଏବେ ସମୟ ଆସିଛି ଦଳମତ ନିର୍ବିଶେଷରେ ବର୍ଦ୍ଧିତ ଜନସଂଖ୍ୟାକୁ ରାଷ୍ଟ୍ରୀୟ ସମସ୍ୟା ଭାବି ଏହି ବିଲକୁ ସମସ୍ତେ ସମର୍ଥନ କରନ୍ତୁ । ରାଜ୍ୟ ସଭାରେ ଏନଡିଏ ସରକାରର ପୂର୍ଣ୍ଣ ବହୁମତ ନଥିବାରୁ ବିଜେପିର ଶୀର୍ଷ ନେତାମାନେ ଅନ୍ୟ ଦଳର ସାଂସଦ ମାନଙ୍କ ସମର୍ଥନ ଯୋଗାଡ କରିବାକୁ ଚେଷ୍ଟା କରିବେ ବୋଲି ଅନୀଲ କହିଛନ୍ତି ।