କନକ ବ୍ୟୁରୋ: ସଙ୍ଗୀତ ଜଗତ ପାଇଁ ଦୁଃଖଦ ଖବର । ଚଳିତ ବର୍ଷ ପଦ୍ମ ଭୂଷଣ ଭଳି ସମ୍ମାନ ପାଇଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ଦେହାନ୍ତ ହୋଇଛି। ତାଙ୍କ ଚେନ୍ନାଇ ଘରେ ତାଙ୍କର ମୃତଦେହ ମିଳିଥିବା ସୂଚନା ମିଳିଛି। କିନ୍ତୁ ମୃତ୍ୟୁର କାରଣ ଜଣାପଡିନାହିଁ । ବର୍ତ୍ତମାନ, ପୋଲିସ ତାଙ୍କ ମୃତ୍ୟୁର କାରଣ ଖୋଜୁଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଆସିବା ମାତ୍ରେ ସଂଗୀତ ଜଗତରେ ଶୋକର ଲହରୀ ଖେଳିଯାଇଛି।
ତାଙ୍କର ମୃତ୍ୟୁ ଅତି ରହସ୍ୟମୟ ଢଙ୍ଗରେ ହୋଇଥିବା କୁହାଯାଉଛି । ମୃତ୍ୟୁର ସେପରି କୌଣସି କାରଣ ପୂର୍ବରୁ ଜଣାପଡିନଥିଲେ ବି ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର ହୋଇଛି । ଏଯାଏଁ ଏହାର ସଠିକ କାରଣ ଜଣାପଡିନାହିଁ ।
ସଙ୍ଗୀତ ଜଗତରେ ଜଣେ ଅଦ୍ୱିତୀୟ କଣ୍ଠଶିଳ୍ପୀ ବାଣୀ ଜୟାରାମ । ଏଯାଏଁ ସେ ୧୦,୦୦୦ ଗୀତ ରେକର୍ଡ କରିସାରିଥିବାବେଳେ ସଙ୍ଗୀତ ଜଗତରେ ୫୦ ବର୍ଷ ପୂରଣ କରିସାରିଛନ୍ତି । ତାଙ୍କର ଏପରି ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/02/vani.jpg)