ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟାର ୧୬ ଦିନ ପରେ ପ୍ରେମିକଙ୍କ ଆତ୍ମହତ୍ୟା : ରାଉରକେଲା ଉଦିତନଗର ସ୍ଥିତ ଘରୁ ସନ୍ତୋଷଙ୍କ ଶବ ଜବତ କଲା ପୁଲିସ

1,253

କନକ ବ୍ୟୁରୋ : ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟାର ୧୬ ଦିନ ପରେ ପ୍ରେମିକ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା । ବେକରେ ରଶି ଲଗାଇ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଛନ୍ତି । ଝୁଲନ୍ତା ଅବସ୍ଥାରେ ତାଙ୍କ ଶବ ରାଉରକେଲା ବାସନ୍ତୀ କଲୋନୀ ଘରୁ ଉଦ୍ଧାର ହୋଇଛି । ଉଦିତନଗର ପୁଲିସ ଶବ ଜବତ କରିଛି ।

ପଡୋଶୀଙ୍କ ସୂଚନା ପାଇ ପୁଲିସ ତାଙ୍କ ବାସନ୍ତୀ କଲୋନୀ ଏଫଇ – ୮୩ ଘରେ ପହଂଚି ଥିଲା । ସନ୍ତୋଷ ରଶ୍ମିରେଖାକୁ ବିବାହ କରି ଭୁବନେଶ୍ୱର ନୟାପଲ୍ଲୀର ଏକ ଭଡା ଘରେ ରହୁଥିଲେ । ରଶ୍ମିରେଖାଙ୍କ ଆତ୍ମହତ୍ୟା ଘଟଣାର ଖୋଳତାଡ଼ ହେବା ପରେ ସନ୍ତୋଷ ରାଉରକେଲା ନିଜ ଘରକୁ ଚାଲିଆସିଥିଲେ । ପରେ ସନ୍ତୋଷ ଏହି ମାମଲାରେ ଭୁବନେଶ୍ୱର ଜେଲରେ ଥିଲେ । ବେଲ ପାଇବା ପରେ ବାସନ୍ତୀ କଲୋନୀ ଘରକୁ ଆସିଥିଲେ ।