ଇଭିଏମରେ ସିଲ ହେଭିୱେଟଙ୍କ ଭାଗ୍ୟ ।ଅଖିଳେଶ, ଓୱେସୀ,ଅର୍ଜୁନ ମହୁଆ,ଅଧୀର ରଂଜନ,ଶର୍ମିଳା ଦେଲେ ଅଗ୍ନିପରୀକ୍ଷା

113

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟରେ ଦେଶରେ ପଡିଛି ଭୋଟ । ଅନେକ ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ୧୦ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ୯୬ ଆସନରେ ପଡିଛି । ଏବେ ଆସନ୍ତୁ ନଜର ପକାଇବା ଆଜି କାହାର ଭାଗ୍ୟ ପରୀକ୍ଷା ହୋଇଛି ।

ଅଖିଳେଶ ଯାଦବ
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଦେଶର ଅନେକ ବଡ ଆସନ ପାଇଁ ପଡିଛି ଭୋଟ । ଉତରପ୍ରଦେଶ କନୌଜ ଆସନରେ ସମାଜବାଦୀ ପାର୍ଟିର ମୁଖିଆ ଅଖିଳେଶ ଯାଦବ ଏଠାରୁ ଲଢୁଛନ୍ତି । ବିଜେପିର ସୁବ୍ରତ ପାଠକ ବନାମ ଅଖିଳେଶ ଯାଦବଙ୍କ ମଧ୍ୟରେ ଟକ୍କର । ୨୦୧୯ରେ ଏହି ଆସନରେ ବିଜୟୀ ହୋଇଥିଲେ ସୁବ୍ରତ ପାଠକ

ମହୁଆ ମୋଇତ୍ରା
ପଶ୍ଚିମବଙ୍ଗ କ୍ରିଷ୍ଣାନଗରରେ ରୋଚକ ଲଢେଇ ଦେଖିବାକୁ ମିଳିଛି । ନିର୍ବାଚନ ଜିତି ଲୋକସଭାକୁ ଫେରିବାକୁ ଅଂଟା ଭିଡୁଛନ୍ତି ମୋହୁଆ ମୋଇତ୍ରା । ପ୍ରଶ୍ନ ପାଇଁ ଲାଂଚ ମାମଲାରେ ସଂସଦରୁ ବହିଷ୍କୃତ ହୋଇଥିଲେ । ଏହି ଆସନରୁ ମହୁଆଙ୍କୁ ପ୍ରାର୍ଥୀ କରିଛି ମମତାଙ୍କ ଟିଏମସି । ମହୁଆଙ୍କ ବିରୋଧରେ ଅମ୍ରିତା ରୟଙ୍କୁ ମୈଦାନକୁ ଓହ୍ଲାଇଛି ବିଜେପି । ୨୦୧୯ରେ ଏହି ଆସନରୁ ୪୫% ଭୋଟ୍ ପାଇ ବିଜୟୀ ହୋଇଥିଲେ ମହୁଆ

ଅଧୀର ରଞ୍ଜନ ଚୌଧୁରୀ
ପଶ୍ଚିମବଙ୍ଗ ବାହରମପୁର ଆସନରେ କଂଗ୍ରେସର ହେଭିୱେଟ ଅଧୀର ରଞ୍ଜନ ଚୌଧୁରୀ ଏଠାରୁ ପ୍ରାର୍ଥୀ ହୋଇଛନ୍ତି । ଅଧୀରଙ୍କ ବିରୋଧରେ ଲଢୁଛନ୍ତି ଟିଏମସି ପ୍ରାର୍ଥୀ ପୂର୍ବତନ କ୍ରିକେଟର ୟୁସୁଫ ପଠାନ । ୧୯୯୯ରୁ ଏହି ଆସନରେ ଜିତି ଆସୁଛନ୍ତି ଅଧୀର ରଞ୍ଜନ ୟୁସୁଫ୍ ପଠାନଙ୍କ ଏଂଟ୍ରିରେ ଭାଙ୍ଗିବ କି ଅଧୀରଙ୍କ ବିଜୟ ଧାରା?

ଶତ୍ରୁଘ୍ନ ସିହ୍ନା
ପଶ୍ଚିମବଙ୍ଗ ଆସନସୋଲ ଆସନରୁ ଟିଏମସିର ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା । ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ଏସ. ଏସ ଆଲୱଲିଆ । ୨୦୨୨ ଉପ ନିର୍ବାଚନରେ ଏଠାରୁ ବିଜୟୀ ହୋଇଥିଲେ ଶତ୍ରୁଘ୍ନ । ଆସନସୋଲ ଆସନରୁ ଏଥର କିଏ ମାରିବ ବାଜି, ବିଜେପି ନାଁ ଟିଏମସି

ଗିରିରାଜ ସିଂ
ବିହାର ବେଗୁସରାଇରେ ବିଜେପିର ଗଡ଼ ଭାବେ ପରିଚିତ । ଏଠାରୁ ଫାୟାରବ୍ରାଣ୍ଡ ନେତା ଗିରିରାଜ ସିଂହଙ୍କୁ ପ୍ରାର୍ଥୀ କରିଛି ବିଜେପି । ୨ ଥର ପାଇଁ ଏହି ଆସନରୁ ଲଢୁଛନ୍ତି ଗିରିରାଜ ସିଂହ । ଗିରିରାଜଙ୍କ ବିରୋଧରେ ଅୱଧେଶ କୁମାର ରାୟଙ୍କୁ ପ୍ରାର୍ଥୀ କରିଛି ସିପିଆଇ । ୨୦୧୯ ରେ ୫୬.୪୮ % ଭୋଟ ପାଇ ବିଜୟୀ ହୋଇଥିଲେ ଗିରିରାଜ

ୱାଇଏସ ଶର୍ମିଲା ରେଡ୍ଡୀ
ଆନ୍ଧ୍ରପ୍ରଦେଶ କଡ୍ଡପା ଆସନରେ ସମ୍ପର୍କୀୟଙ୍କ ମଧ୍ୟରେ ଲଢେଇ । କଂଗ୍ରେସ ସଭାପତି ୱାଇଏସ ଶର୍ମିଲା ରେଡ୍ଡୀଙ୍କ ଭାଗ୍ୟ ପରୀକ୍ଷା । ଶର୍ମିଲାଙ୍କ ବିପକ୍ଷରେ ଲଢୁଛନ୍ତି ସମ୍ପର୍କୀୟ ଭାଇ ୱାଇଏସ ଅଭିନାଶ ରେଡ୍ଡୀ । ୱାଇଏସଆର କଂଗ୍ରେସ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ଅଭିନାଶ ରେଡ୍ଡୀ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ୱାଇଏସ ଶର୍ମିଲା ରେଡ୍ଡୀ ।

ଅସଦୁଦ୍ଦିନ ଅୱେସୀ
ହାଇଦ୍ରାବାଦ ଆସନରେ ହେଉଛି ରୋଚକ ଲଢେଇ । ୧୯୯୯ ମସିହାରୁ ଏହି ଆସନରେ ଅୱେସି ପରିବାରର ଦବଦବା । ଓୱେସିଙ୍କ ବିପକ୍ଷରେ ହିନ୍ଦୁତ୍ୱବାଦୀ ନେତ୍ରୀ ମାଧବିଲତାଙ୍କୁ ପ୍ରାର୍ଥୀ କରିଛି ବିଜେପି । ୨୦୧୯ ନିର୍ବାଚନରେ ୬୩.୯୫% ଭୋଟ ପାଇ ବିଜୟୀ ହୋଇଥିଲେ ଓୱେସି

ଅର୍ଜୁନ ମୁଣ୍ଡା
ଝାଡ଼ଖଣ୍ଡ ବିଜେପି ଗଡ଼ରେ ହେବ ବଡ଼ ଲଢ଼େଇ । ଖୁଂଟି ଆସନରେ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ଅର୍ଜୁନ ମୁଣ୍ଡା । ଅର୍ଜୁନ ମୁଣ୍ଡାଙ୍କ ଉପରେ ପୁଣି ଥରେ ଭରସା କରିଛି ବିଜେପି । ୨୦୧୯ରେ ଏହି ଆସନରୁ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ କାଳୀ ଚରଣ ମୁଣ୍ଡାଙ୍କ ସହ ହୋଇଥିଲା କଡ଼ା ଟକ୍କର ।

ବାଇଟ-ଅର୍ଜୁନ ମୁଣ୍ଡା
୨୦୧୯ରେ ବିଜେପି ୯୬ ଆସନରୁ ୪୨ଟି ଆସନରେ ଜିତିଥଲା । ତେବେ ଏଥରକ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇସାରିଛି । ଅଗ୍ନୀପରୀକ୍ଷାରେ କିଏ କେତେ ଭୋଟ ସହ ପାସ ହେବେ କିଏ ପଛରେ ପଡିବେ ସେକଥା ଜୁନ ୪ ଫଳାଫଳ ପ୍ରକାଶ ପରେ ଜଣାପଡିବ ।