ବିଶିଷ୍ଟ ଅଭିନେତାଙ୍କର ୪୫ ବର୍ଷ ବୟସରେ ନିଧିନ । ହୋଟେଲ ପାଖରେ ଥିବା କାରରୁ ମିଳିଲା ମୃତଦେହ । ଯାଞ୍ଚରେ ଲାଗିଛି ପୁଲିସ ।
କନକ ବ୍ୟୁରୋ: ବିଶିଷ୍ଟ ମାଲୟାଲମ୍ ଅଭିନେତା ବିନୋଦ ଥୋମାସଙ୍କର ୪୫ ବର୍ଷ ବୟସରେ ନିଧନ ହୋଇଛି । ହେଲେ ତାଙ୍କ ମୃତଦେହ ଏକ ହୋଟେଲ ପାଖରେ ଥିବା କାର ଭିତରୁ ମିଳିଥିବାରୁ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଯାଇଛି । ଏହାସହ ମୃତ୍ୟୁର କାରଣ ଖୋଜୁଛିବାରେ ଲାଗିଛି ପୁଲିସ ।

Kanak News is now on WhatsApp
Join and get latest news updates delivered to you via WhatsApp
ପୁଲିସର କହିବା ଅନୁସାରେ, ହୋଟେଲ ଆଗରେ ଏକ କାରରେ ଜଣେ ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଧରି ବସିରହିବା ଦେଖିବା ପରେ ସନ୍ଦେହ ହେବାରୁ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି କାରରୁ ବିନୋଦଙ୍କୁ ବାହାର କରି ତୁରନ୍ତ ହସ୍ପିଟାଲ ପଠାଇଥିଲେ ବି ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ ।