କନକ ବ୍ୟୁରୋ: ବିଶିଷ୍ଟ ମାଲୟାଲମ୍ ଅଭିନେତା ବିନୋଦ ଥୋମାସଙ୍କର ୪୫ ବର୍ଷ ବୟସରେ ନିଧନ ହୋଇଛି । ହେଲେ ତାଙ୍କ ମୃତଦେହ ଏକ ହୋଟେଲ ପାଖରେ ଥିବା କାର ଭିତରୁ ମିଳିଥିବାରୁ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଯାଇଛି । ଏହାସହ ମୃତ୍ୟୁର କାରଣ ଖୋଜୁଛିବାରେ ଲାଗିଛି ପୁଲିସ ।
ପୁଲିସର କହିବା ଅନୁସାରେ, ହୋଟେଲ ଆଗରେ ଏକ କାରରେ ଜଣେ ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଧରି ବସିରହିବା ଦେଖିବା ପରେ ସନ୍ଦେହ ହେବାରୁ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି କାରରୁ ବିନୋଦଙ୍କୁ ବାହାର କରି ତୁରନ୍ତ ହସ୍ପିଟାଲ ପଠାଇଥିଲେ ବି ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/222.jpg)