କନକ ବ୍ୟୁରୋ: ଅଜଣା ରୋଗ ସାଧୁଛି ଦାଉ । ବର୍ଷେ ହଲା ଶଯ୍ୟାଶାୟୀ ହୋଇପଡିଛନ୍ତି ମହିଳା । ଅନଟନ ଭିତରେ ଚିକିତ୍ସା କରିବା ବି ସମ୍ଭବ ହୋଇପାରୁନି । ବାଲେଶ୍ୱର ଭୋଗରାଇ ମନ୍ଦାର ସାହିର ସୁବଳ ବାରିକଙ୍କ ପରିବାର । ସ୍ତ୍ରୀ ଚଂଚଳା ଶଯ୍ୟାଶାୟୀ ଥିବାବେଳେ ସେବାରେ ଲାଗିଛନ୍ତି ସୁବଳ । ପରିବାର ଚଳାଇବାକୁ କେହି ନାହାନ୍ତି । ଏନେଇ କିଛି ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଅଜଣା ରୋଗ ସାଧୁଛି ଦାଉ । ଶଯ୍ୟାଶାୟୀ ହୋଇ ଖଟିଆରେ ପଡି ରହିଛନ୍ତି ମହିଳା । ଅଭାବ ଅନଟନ ଭିତରେ ରହୁଥିବା ପରିବାର ପାଇଁ ଚିକିତ୍ସା ଯେମିତି ସାତ ସପନ ପାଲଟିଛି । ବାଲେଶ୍ୱର ଭୋଗରାଇ ମନ୍ଦାର ସାହିର ଏହି ସୁବଳ ବାରିକ । ବୃଦ୍ଧା ମାଆ, ସ୍ତ୍ରୀ ଚଂଚଳା ଓ ପିଲାଙ୍କ ସହ ବେଶ ହସଖୁସିରେ ଚାଲିଥିଲା ପରିବାର । ହେଲେ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି ସୁବଳଙ୍କ ସ୍ତ୍ରୀ । ଅଭାବ ଭିତରେ ରହୁଥିବା ପରିବାର କିଭଳି ଚିକିତ୍ସା କରିବ । ଘର ବାଡି ଯାହା ସବୁ ବନ୍ଧା ପଡିଛି । ଅଧିକ ଚିକିତ୍ସା କରିବାକୁ ପାଖରେ ସମ୍ବଳ ବି ନାହିଁ । ପିଲା ପାଠରେ ଡୋରୀ ବାନ୍ଧିଥିବା ବେଳେ ଯାଇଛି ଦାଦନ ଖଟିବାକୁ । ଏପଟେ ସେବା କରିବାକୁ ବୃଦ୍ଧା ମାଆର ବି ବଳ ନାହିଁ । ସୁବଳ ମଧ୍ୟ ପରିବାରର ଏହି ଜଂଜାଳ ଭିତର ଛନ୍ଦି ହୋଇଯାଇଛନ୍ତି । ରୁଗ୍ଣ ସ୍ତ୍ରୀକୁ ଛାଡି କାମକୁ ଯାଇପାରୁନାହାନ୍ତି । ପାଖରେ ବି ସମ୍ବଳ ନାହିଁ । ଏନେଇ କିଛି ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ।
ଅଭାବ ଅନଟନ ଭିତରେ ରହୁଥିବା ସୁବଳଙ୍କ ପାଖରେ ସ୍ତ୍ରୀକୁ ମେଡିସିନ୍ ଦେବାକୁ ଟଙ୍କାଟିଏ ନାହିଁ । ମାଆର ଚିକିତ୍ସା ପାଇଁ ଓøଷଧ ଦରକାର । ଏନେଇ ନାବାଳକ ପୁଅ ଦାଦନ ଖଟିବାକୁ ଯାଇଛି । ଏହି ଅବସ୍ଥାରେ ଖୁବଶିଘ୍ର ସୁବଳଙ୍କ ପରିବାରକୁ ସାହାଯ୍ୟ ସହଯୋଗ କରାଯିବାକୁ ମିଳିଛି ପତିଶ୍ରୁତି ।
ଅଭାବ ଅନଟନ ଭିତରେ ରୋଗର ଦାଉ । ଶଯ୍ୟାଶାୟୀ ହୋଇପଡିଥିବା ଚଂଚଳାଙ୍କ ଚିକିତ୍ସା ପାଇଁ ଖୁବଶିଘୟ ସହଯୋଗ କରାଯାଇପାରିଲେ ତାଙ୍କୁ ଏକ ନୂଆ ଜୀବନ ମିଳିପାରିବ ।