କନକ ବ୍ୟୁରୋ: ଇଛାଶକ୍ତି ଆଗରେ ବୟସ ବି ହାର ମାନିଛି । ବାଙ୍କି ଡମପଡା ବ୍ଲକ ତୁଳସୀପୁର ପଚାଂୟତର ବାଉରି ବନ୍ଧୁ ସାହୁଙ୍କ କ୍ଷେତ୍ରରେ ଏଭଳି ଉଦାହରଣ ଦେଖିବାକୁ ମିଳିଛି । ବୟସ ତାଙ୍କୁ ୭୭ ବର୍ଷ । ଆଉ ଏହି ବୟସ ଭିତରେ ସେ ଚାରି ଚାରିଥର ପଚାଂୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ରୂପେ ନିର୍ବାଚନ ଲଢିଛନ୍ତି । କୌଣସି ନିର୍ବାଚନ ସେ ଜିତିନାହାନ୍ତି ସତ କିନ୍ତୁ ହାର ବି ମାନିନାହାନ୍ତି । ବୟସର ଅପରାହ୍ନରେ ବି ସେ ପଞ୍ଚାୟତ ବାସୀଙ୍କ ପାଇଁ ଅହରହ ସେବା ଜାରି ରଖିଛନ୍ତି ।
ତାଙ୍କ ପାଖରେ ଅଛି ଅର୍ଥବଳ ନା ଅଛି ବାହୁବଳ । କିନ୍ତୁ ରାତି ଅଧରେ ଯେକେହି ବି ଡାକିଦେଲେ ସାହାଯ୍ୟ କରିବା ପାଇଁ ଘରୁ ବାହାରିଯାନ୍ତି । ନା ତାଙ୍କ ପାଦରେ ଥାଏ ଚପଲ ନା ପିନ୍ଧିବା ପାଇଁ ଭଲ କପଡା । ତଥାପି ସେ ସେ ଖାଲି ପାଦରେ ଘର ଘର ବୁଲି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି । ସମ୍ପତି କହିଲେ ମାତ୍ର ଦୁଇ ବଖରା ଭଙ୍ଗା କୁଡିଆ ।ମେଡିକାଲ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ତାଙ୍କ ଉପସ୍ଥିତି ଦେଖିବାକୁ ମିଳିଥାଏ ।ଏବେବି ତାଙ୍କର ବିଶ୍ୱାସ ରହିଛି ଯେ ପଚାଂୟତବାସୀଙ୍କ ଅଗାଢ ଭଲପାଇବା ତାଙ୍କ ଉପରେ ରହିଛି ଓ ଚଳିତ ନିର୍ବାଚନରେ ସେ ସରପଚଂ ଭାବରେ ଲୋକଙ୍କ ସେବା କରିବାର ସୁଯୋଗ ପାଇବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/42-8.jpg)