କନକ ବ୍ୟୁରୋ : ପଦାରେ ପଡିଲା ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର । ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ଆମ୍ବଲାନ୍ସ ଯାଇନପାରିବାରୁ ଭରା ନାଳ ପାର କରି ଖଟିଆରେ ରୋଗୀଙ୍କୁ ହସ୍ପିଟାଲ ଆଣିଲେ ରୋଗୀ । କେନ୍ଦୁଝର ଜିଲ୍ଲା ତେଲକୋଇ ଦେଖିବାକୁ ମିଳିଛି ଏଭଳି ଜନନୀ ଯନ୍ତ୍ରଣା ଦୃଶ୍ୟ । ସ୍ଥାନୀୟ ଗୁରୁମ ଗାଁର ଧୋବେଇ ମୁଣ୍ଡାଙ୍କ ସ୍ତ୍ରୀ ମାନି ମୁଣମୁଣ୍ଡାଙ୍କର ଗତକାଲି ଗତକାଲି ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ହସ୍ପିଟାଲ ନବାକୁ ଘର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତା ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଆସି ପାରିନଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ଏକ ଖଟିଆରେ ମାନିଙ୍କୁ ନାଳ ପାର କରିଥିଲେ । ହସ୍ପିଟାଲରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ସବୁଠୁ ପ୍ରଶ୍ନ ହେଉଛି ସରକାର ଏତେ ସବୁ ଯୋଜନା କରି ଲାଭ କ’ଣ ଯଦି ଗର୍ଭବତୀଙ୍କୁ ଖଟିଆରେ ବୁହା ହେବାକୁ ପଡୁଛି ।