ରାସ୍ତା ଦେଉଛି ଯମଯନ୍ତ୍ରଣା ! ରାସ୍ତା ପାଇଁ ଟଙ୍କା ଆସିଛି, କିନ୍ତୁ ଗମନାଗମନ ସୁଗମ ହେଉନି । ଆଜି ବି ଭରା ନଦୀରେ ଚାଲିଛି ବିପଦପୂର୍ଣ୍ଣ ଜଳଯାତ୍ରା ।

Advertisment
ରାସ୍ତା ଦେଉଛି ଯମଯନ୍ତ୍ରଣା ! ରାସ୍ତା ପାଇଁ ଟଙ୍କା ଆସିଛି, କିନ୍ତୁ ଗମନାଗମନ ସୁଗମ ହେଉନି । ଆଜି ବି ଭରା ନଦୀରେ ଚାଲିଛି ବିପଦପୂର୍ଣ୍ଣ ଜଳଯାତ୍ରା ।

କନକ ବ୍ୟୁରୋ: ରାସ୍ତା ଦେଉଛି ଯମଯନ୍ତ୍ରଣା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମୁଖ୍ୟାଳୟରୁ ଗାଁକୁ ଯିବା ଲାଗି ରାସ୍ତା ନିର୍ମାଣ ହେଲା। ଦୁଇଟି ପର୍ଯ୍ୟାୟରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ବି କରାଗଲା। ମାତ୍ର ବର୍ତ୍ତମାନ ସୁଦ୍ଧା ରାସ୍ତାର କାମ ସରିନାହିଁ। ଫଳରେ ବର୍ଷା ଦିନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୩ଟି ଗାଁର ୭୦୦ରୁ ଉର୍ଦ୍ଧ ଲୋକ ।

ଅବ୍ୟବସ୍ଥା ଭିତରେ ରହୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଅଧିବାସୀ। ରାମିଆଳ ନଦୀରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେଉଛନ୍ତି ସଂପର୍କୀୟ । ରାସ୍ତା ନଥିବାରୁ ଲୋକେ ମେଡିକାଲ, ବ୍ୟାଙ୍କ, ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ନଦୀରେ ବିପଦପୂର୍ଣ୍ଣ ଭାବେ ଯିବା ଆସିବା କରିଥାନ୍ତି । ଛାତ୍ରଛାତ୍ରୀ ମଧ୍ୟ ବିଦ୍ୟାଳୟକୁ ଯାଇ ପାରୁନାହାନ୍ତି। ରାସ୍ତାସାରା ଖାଲ ଖମା। ଅନେକ ସ୍ଥାନରେ ଝରଣା ବହୁଛି। ତେଣୁ ବର୍ଷାଦିନେ ଗମନାଗମନ ଏକପ୍ରକାର ଠପ୍ ହୋଇଯାଉଛି। ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି ଗ୍ରାମବାସୀ।

କାମାକ୍ଷାନଗର ବ୍ଲକ ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ୩ଟି ଗାଁର ଲୋକଙ୍କୁ ରାସ୍ତା ଦେଉଛି ଯମଯନ୍ତ୍ରଣା। କରଡ଼ାବଣି, ବେତଖୋଲ ସାହି ଓ କଳାମାଟି ସାହିକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ହେଉଛି।୨ଟି ପର୍ଯ୍ୟାୟରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ନିର୍ମାଣ ଅବଧି ସରିଥିଲେ ମଧ୍ୟ କାମ ସରିନି। ତେଣୁ ଅପନ୍ତରିଆ ହୋଇ ପଡିଥିବା ରାସ୍ତାରେ ଯିବା ଅପେକ୍ଷା ନଦୀରେ ପଶି ଯିବା ପାଇଁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ତୁରନ୍ତ ରାମିଆଳ ନଦୀ ଉପରେ ଏକ ବ୍ରିଜ ଓ ଗାଁ ପାଇଁ ସ୍ଥାୟୀ ରାସ୍ତା ନିର୍ମାଣ କରିବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ଗ୍ରାମବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe