ମଣିଷ ଭିତରେ ଧର୍ଯ୍ୟ ଏବଂ ପରିଶ୍ରମର ବହ୍ନି ପ୍ରଜ୍ୱଳିତ ହେଲେ ଅସମ୍ଭବ ବୋଲି କିଛି ଶବ୍ଦ ଜୀବନରେ ରହିନଥାଏ । କିଛି କରିଦେଖାଇବାର ଅଦମ୍ୟ ଇଚ୍ଛାରେ ବହରୋଡ୍ ଗ୍ରାମର ସେରପୁରର ବିରେନ୍ଦ୍ର ଯାଦବ ଏବଂ ତାଙ୍କ ପରିବାର ସମାଜ ପାଇଁ କୌଣସି ପ୍ରେରଣାଠାରୁ କମ୍ ନାହିଁ । ଜଣେ କୃଷକ ଓଟଗାଡି ଚଲାଇ ଟଙ୍କା ରୋଜଗାର କରି ନିଜ ପରିବାରର ପ୍ରତିପୋଷଣ କରିଥିଲେ ଏବେ ତାଙ୍କ ସନ୍ତାନ ମାନେ ବଡ ହୋଇ ଦେଶରେ ନାଁ କମାଉଛନ୍ତି । ରୋହିତାସ୍ ଯାଦବଙ୍କ ପୁଅ ଏବଂ ଝିଅ ଏବେ ରାଜସ୍ଥାନର ନାଁ ରଖିଛନ୍ତି । ପୁଅ ବିରେନ୍ଦ୍ର ଯାଦବଙ୍କ ପିତା ଗୋଟିଏ ଓଟ ପାଳିଥିଲେ ଏବଂ କୃଷିକାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ ଏହାସହ ପିଲାଙ୍କ ପାଠପଢା ଖର୍ଚ୍ଚ ମଧ୍ୟ ଉଠାଉଥିଲେ । ତାଙ୍କୁ ପୁରା ବିଶ୍ୱାସ ଥିଲା ଯେ ବଡ ହୋଇ ତାଙ୍କ ସନ୍ତାନ ଉଚ୍ଚପଦରେ ରହିବେ । ତେଣୁ ସେ ଦିନରାତି ଏକ କରି କଠିନ ପରିଶ୍ରମ କରି ପୁଅଝିଅଙ୍କୁ ଜୟପୁର ପଢିବା ପାଇଁ ପଠାଉଥିଲେ ।
ମା’ବାପାଙ୍କ କଠିନ ପରିଶ୍ରମକୁ ବଡ ହେଲା ପରେ ସାକାର କରିଛନ୍ତି ତାଙ୍କ ପୁଅଝିଅ । ୨୦୦୨ ମସିହାରେ ବିରେନ୍ଦ୍ର ଯାଦବଙ୍କ ଭାଇ ନରେନ୍ଦ୍ର ଯାଦବଙ୍କ ବିଏସଏଫରେ ଆସିଷ୍ଟାଣ୍ଟ୍ କମାଣ୍ଡେଣ୍ଟ୍ ରୁପେ ଚୟନ ହେଲା । ଯୁବପିଢିଙ୍କ ରୋଲ୍ ମଡେଲ୍ ଭାବେ ରାଜକୀୟ ସେବାରେ ମଧ୍ୟ ବିରେନ୍ଦ୍ର ଯାଦବଙ୍କ ଚୟନ ହୋଇଗଲା । ବର୍ତ୍ତମାନ ସେ କ୍ଷେତ୍ରିୟ ନିର୍ଦ୍ଦେଶକ ଜୋନଲ୍ ଡାଇରେକ୍ଟର ନାରକୋଟିକ୍ସ ବ୍ୟୁରୋ ପ୍ରତିନିୟୁକ୍ତି ପଦରେ କାର୍ଯ୍ୟରତ ଅଛନ୍ତି । ତାଙ୍କୁ ଦୁଇଥର ମହାନିର୍ଦ୍ଦେଶକ ସୀମା ସୁରକ୍ଷା ବଳରୁ ସମ୍ନାନିତ କରାଯାଇଛି । ତାଙ୍କ ଭଉଣୀ ମଧ୍ୟ ଭାଇମାନଙ୍କ ଠାରୁ କିଛି କମ୍ ନାହାନ୍ତି । ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଫିସରେ ସିକ୍ୟୁରିଟି ଅଫିସର ରୁପେ ମହତ୍ତ୍ୱପୂର୍ଣ୍ଣ ପଦର ଗୁରୁଦାୟିତ୍ୱ ନେଇଛନ୍ତି । ଏକଦା ଓଟଗାଡି ଚଲାଉଥିବା ବାପାଙ୍କୁ ଏହି ତିନି ଭାଇଭଉଣୀ ଏବେ କାରରେ ବସାଇ ନେଉଛନ୍ତି । ପିଲାଙ୍କୁ ଏଭଳି ରୁପରେ ଦେଖି ବାପାମା’ଙ୍କ ଆଖିରୁ ଆନନ୍ଦାଶ୍ରୁ ବୋହୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/de7ddc26-c969-4435-a17c-4680eda94396-1906-dubai-morning-camel-safari-01.jpg)
/kanak/media/post_attachments/wp-content/uploads/2019/02/Q6rBtJvVNagWVxV7wIY4nTl72eJkfbmt4t8yenImKBVvK0kTmF0xjctABnaLJIm9-300x225.jpg)