କାହା ପାଇଁ ହରିଶ୍ଚନ୍ଦ୍ର ଯୋଜନା? ଦୀର୍ଘ ୮ ବର୍ଷ ହେବ ହରିଶ୍ଚନ୍ଦ୍ର ଯୋଜନାରୁ ବଞ୍ଚିତ ଗରିବ ପରିବାର

80

କନକ ବ୍ୟୁରୋ: କାହାପାଇଁ ହରିଶ୍ଚନ୍ଦ୍ର ଯୋଜନା? ରାୟଗଡା କୋଲନରା ବ୍ଲକରେ ଗରିବ ଅସହାୟ ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶୀ ମିଳୁନଥିବା ଅଭିଯୋଗ ହୋଇଛି । ମୃତ୍ୟୁବେଳେ ତ ମିଳୁନି ମୃତ୍ୟୁର ଦୀର୍ଘ ଦିନ ପରେ ବି ମିଳୁନି ସହାୟତା । ଦୀର୍ଘ ୮ ବର୍ଷ ହେଲା ହରିଶ୍ଚନ୍ଦ୍ର ଯୋଜନାରେ ଗରିବ ପରିବାରକୁ କାହିଁକି ଆର୍ଥୀକ ସହାୟତା ପ୍ରଦାନ କରାଯାଉନଥିଲା ତାହା ଏବେ ବଡ ପ୍ରଶ୍ନବାଚି ସୃଷ୍ଟି କରିଛି । ଚଳିତ ମାସ ନଭେମ୍ବର ୧୫ ତରିଖରେ ହରିଶ୍ଚନ୍ଦ୍ର ଯୋଜନାର ୟୁଜର ଆଇଡି ଓ ପାସୱାର୍ଡ ମିଳିବା ପରେ ସହାୟତା ରାଶୀ ଯୋଗାଇଦିଆଯିବ ବୋଲି କହିଛନ୍ତି ବିଡିଓ । ସୂଚନା ଅନୁସାରେ ଏହି ବ୍ଳକର ପ୍ରସନ୍ନ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କର ୨ ମାସ ତଳୁ ମୃତ୍ୟୁ ହୋଇଛି । ଅଭାବ ଅନଟନରେ ଦିନ କାଟୁଥିବା ତାଙ୍କ ବିଧବା ପତ୍ନି ସହାୟତା ରାଶୀ ପାଇଁ ବାରମ୍ବାର ପଂଚାୟତକୁ ଧାଇଁ ଧାଇଁ ନୟାନ୍ତ ହେଲେଣି କିନ୍ତୁ ଟଙ୍କାଟିଏ ମିଳିପାରିନାହିଁ ।