କନକ ବ୍ୟୁରୋ : ସହିଦଙ୍କୁ ସମ୍ମାନ ଜଣାଇ ଇଫତାର ପାଳିବେନି ପୁଞ୍ଚବାସୀ । ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରିୟ ରାଇଫଲ୍ସର ଯବାନମାନେ ଏପ୍ରିଲ ୨୦ ସନ୍ଧ୍ୟାରେ ବିଭିନ୍ନ ଅଂଚଳରେ ଏକ ଇଫତାର ପାର୍ଟିର ଆୟୋଜନ କରିଥିଲେ । ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ସେନା ଏପରି ଇଫତାର ପାର୍ଟିର ଆୟୋଜନ କରିଛି । ହେଲେ ଗୁରୁବାର ସଂଧ୍ୟାରେ ଆତଙ୍କୀ ହମଲାରେ ଓଡିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ସହ ସହିଦ ହୋଇଛନ୍ତି ପଞ୍ଜାବର ୪ ବୀର ଯବାନ ।

Advertisment

ଏହା ପରେ ପୁଞ୍ଚର ଗାଁର ଲୋକମାନେ ଶୋକ ପାଳନ କରୁଥିବା ସୂଚନା ରହିଛି । ଆଉ ଇଦ୍ ପାଳନ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି । ଗାଁ ଲୋକଙ୍କ ସହ ସେନା ଇଫତାର ପାର୍ଟି ପାଳନ କରିବାକୁ ନାପସନ୍ଦ କରିଛି ଆତଙ୍କବାଦୀ । ଯଦି ସେନା ଲୋକଙ୍କ ସହ ମିଶିବେ ତାହେଲେ ଆତଙ୍କବାଦର ମୂଳ ଲକ୍ଷ୍ୟ ପୂରଣ ହୋଇପାରିବନି । ତେଣୁ ଯବାନଙ୍କ ଉପରେ ହମଲା କରିଥିବା ସୂଚନା ରହିଛି । ଆକ୍ରମଣ ପାଇଁ ପାକିସ୍ତାନ ଦ୍ୱାରା ପରିଚାଳିତ ପିଏଏଫଏଫ ସଂଗଠନ ନିଜକୁ ଦାୟୀ କରିଛି ।