କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟର ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇ ଏବେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବାରୁ ପନ୍ତଙ୍କର ବିଭିନ୍ନ ସର୍ଜରୀ ମଧ୍ୟ ହୋଇଛି । ଏସବୁ ଭିତରେ ପନ୍ତ ହସ୍ପିଟାଲରୁ ନିଜର ଫଟୋ ମଧ୍ୟ ସେୟାର କରିଥିଲେ । ଗୋଟିଏ ପଟେ ପନ୍ତ ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ରିକି ପଣ୍ଟିଂ ପନ୍ତଙ୍କୁ ନେଇ ବଡ ବୟାନ ଦେଇଛନ୍ତି ପଣ୍ଟିଂ କହିଛନ୍ତି, ଯଦି ଋଷଭ ଆଇପିଏଲ ପାଇଁ ଫିଟ୍ ମଧ୍ୟ ନହୁଅନ୍ତି ତେବେ ବି ଦିଲ୍ଲୀ କ୍ୟାପିଟାଲ୍ସର ଡଗଆଉଟରେ ତାଙ୍କୁ ଦେଖିବାକୁ ଚାହିଁବେ ।
ପଣ୍ଟିଂ କହିଛନ୍ତି, ଏଭଳି ଖେଳାଳି ଗଛରେ ଫଳନ୍ତି ନାହିଁ । କେହି ପନ୍ତଙ୍କ ସ୍ଥାନ ନେଇପାରିବେନି । ଆମକୁ ପନ୍ତଙ୍କ ବିକଳ୍ପ ଖେଳାଳି ଭାବେ ଜଣେ ୱିକେଟକିପର ବ୍ୟାଟର ଦରକାର । ସେହିଭଳି ଯଦି ପନ୍ତ ଫିଟ୍ ନହୁଅନ୍ତି ତେବେ ଅନ୍ୟ ଅଧିନାୟକ ମଧ୍ୟ ବାଛିବାକୁ ପଡିବ । କିନ୍ତୁ ଏସବୁ ଭିତରେ ଟିମ୍ ସହ ପନ୍ତଙ୍କୁ ଆମେ ରଖିବାକୁ ଚାହିଁବୁ । ପନ୍ତ ନ ଖେଳିଲେ ମଧ୍ୟ ଡଗଆଉଟରେ ଆମେ ତାଙ୍କୁ ଦେଖିବାକୁ ଚାହୁଁଛୁ ବୋଲି କହିଛନ୍ତି ପଣ୍ଟିଂ ।
ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ଦକ୍ଷ ଅଧିନାୟକ ହେଉଛନ୍ତି ପନ୍ତ । ଅଧିନାୟକ ଭାବେ ପନ୍ତଙ୍କର ବ୍ୟବହାରକୁ ସମେସ୍ତ ପସନ୍ଦ କରନ୍ତି । ପନ୍ତ ସପ୍ତାହର ସାତ ଦିନ ଟିମ୍ ସହ ଯାତ୍ରା କରନ୍ତୁ ଓ ମୋ ପଛରେ ବସନ୍ତୁ ବୋଲି କହିଛନ୍ତି ପଣ୍ଟିଂ । ମାର୍ଚ୍ଚରେ ପୁଣିଥରେ ଦିଲ୍ଲୀରେ ଦେଖାହେବ ବୋଲି କହିଛନ୍ତି ପଣ୍ଟିଂ । ଏସବୁ ଭିତରେ ପନ୍ତଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଛୁଟି ମିଳିବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/r2pco46g_ricky-ponting-rishabh-pant-bcciipl_625x300_22_May_22.jpg)