କନକବ୍ୟୁରୋ: ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଛାତରେ ପଡ଼ୁଛି ପଲିଥିନ୍। କାରଣ ବର୍ଷା ହେଲେ ଛାତରୁ ପାଣି ଗଳି ଭିତରକୁ ଆସିଯାଇଛି। ଏପରି ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘରରୁ। ରାଇଘର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଯେଉଁଠି ଚାଲିଛି. ତାହା ୫୦ ବର୍ଷର ପୁରୁଣା ଘର ବୋଲି କୁହାଯାଉଛି। ବର୍ଷା ହେଲେ ଛାତ ଦେଇ ଭିତରକୁ ପାଣି ପଶୁଛି।
ଫଳରେ ଚିକିତ୍ସା ବାଧାପ୍ରାପ୍ତ ହେଉଛି, ରୋଗୀ ହନ୍ତସନ୍ତ ହେଉଛନ୍ତି। ଏହି ସମସ୍ୟାର ସମାଧାନ କରାଯାଉ ନଥିବା ବେଳେ ରାଇଘର ବ୍ଳକ ବିଜେପି ଯୁବମୋର୍ଚ୍ଚାର କିଛି ସଦସ୍ୟ ପଲିଥିନ ଆଣି ସ୍ବାସ୍ଥ୍ୟକେନ୍ଦ୍ର ଛାତକୁ ଢାଙ୍କିଛନ୍ତି। ପଲିଥିନ ପଡ଼ିବା ପରେ ପାଣିଗଳିବା ସାମୟିକ ଭାବେ ବନ୍ଦ ହୋଇଛି। ହେଲେ ସ୍ଥାୟୀ ସମାଧାନ ପାଇଁ ଦାବି ହୋଇଛି।
Follow Us