କନକ ବ୍ୟୁରୋ : ବାରବାଟୀକୁ ପଲିଥିନ୍ ମନା । ଆସନ୍ତା ବାରବାଟୀ ଦିନିକିଆରେ ପଡିଆ ଭିତରକୁ ପଲିଥିନ୍ ନେଇପାରିବେନି ଦର୍ଶକ । ଆଜି ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ବାରବାଟୀର ୭ନଂ ଗ୍ୟାଲେରୀ ବନ୍ଦ ରଖିବ ଓଡିଶା କ୍ରିକେଟ୍ ଆସୋସିଏସନ୍ । ୭ନଂ ଗ୍ୟାଲେରୀ ବନ୍ଦ ପାଇଁ ୫ ହଜାର ଟିକେଟ୍ ବିକ୍ରି କମିବ ।

Advertisment

ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍ । ବାରବାଟୀ ଦିନିକିଆରେ ମୁଖ୍ୟ ଅତିଥି ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମ୍ୟାଚକୁ ଦୃଷ୍ଟିରେ ରଖି ଡିସେମ୍ବର ୧୫ ତାରିଖ ସୁଦ୍ଧା ଷ୍ଟାଡିୟମ୍ ନିକଟ କାମ ସାରିବାକୁ ଜାଇକାକୁ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟାଡିୟମ୍ ନିକଟ ପରିମଳ ଉପରେ ନଜର ଦେବ ସିଏମସି ।