କନକ ବ୍ୟୁରୋ: ସେପଟେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟର ହେବ ପଲିଗ୍ରାଫ୍ ଟେଷ୍ଟ। କଲିକତା ହାଇକୋର୍ଟ ଏଥିପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି। ଆଜି ସିବିଆଇ ପକ୍ଷରୁ ଅଭିଯୁକ୍ତର ପଲିଗ୍ରାଫ୍ ଟେଷ୍ଟ କରାଯିବ। ଅଭିଯୁକ୍ତ ସଞ୍ଜୟ ରାୟ ଏଭଳି ଜଘନ୍ୟ କାଣ୍ଡ ଭିଆଇବା ପୂର୍ବରୁ ପ୍ରଚୁର ନିଶାସେବନ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅପରାଧ ଘଟାଇବା ଦିନ ରାତି ୧୧ଟାରେ ସେ ହସ୍ପିଟାଲ ପଛପଟକୁ ଯାଇ ମଦ୍ୟପାନ କରିଥିଲା।
ପୁଲିସର ସୂଚନା ଅନୁଯାୟୀ, ସେଦିନ ସଞ୍ଜୟ ବିନା କାରଣରେ ବିଭାଗକୁ ଆସିବା ସହ ଏଭଳି କାଣ୍ଡ ଘଟାଇଥିଲା। ଅପରାଧ ଘଟାଇବା ପରେ ଅଭିଯୁକ୍ତ ଜଣକ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିଲା। ଘଟଣା ସ୍ଥଳରୁ ରକ୍ତଦାଗ ଧୋଇବାକୁ ଚେଷ୍ଟା କରି ଭୋର ୪ଟା ୫୫ରେ ସେ ସେମିନାର ରୁମ ଛାଡୁଥିବାର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି।
ସେପଟେ ଟ୍ରେନି ଡାକ୍ତର ଜଣଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ଡାକ୍ତରଙ୍କ ଶରୀରରେ ୧୪ଟି କ୍ଷତଚିହ୍ନ ରହିଥିଲା ବୋଲି ରିପୋର୍ଟରେ ଲେଖାଯାଇଛି, ଯାହା ଦୁଷ୍କର୍ମକାରୀର ପାଶବିକ ବର୍ବରତାକୁ ପ୍ରକାଶ କରୁଛି। ମହିଳା ଡାକ୍ତର ଜଣଙ୍କୁ ବଳପୂର୍ବକ ଦୁଷ୍କର୍ମ ସହ ତଣ୍ଟି ଚିପି ହତ୍ୟା କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି କ୍ଷତରୁ ଦୁଷ୍କର୍ମ ଓ ହତ୍ୟା ପୂର୍ବରୁ ମହିଳା ଡାକ୍ତର ଜଣକ ନିଜକୁ ସୁରକ୍ଷା ଦେବାକୁ ଯଥାସମ୍ଭବ ଚେଷ୍ଟା କରିଥିବା ଅନୁମାନ କରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/2-41.jpg)