ଗଂଜାମ : ଗଂଜାମ ପୋଲସରା ଥାନାରେ ଲଂକାକାଣ୍ଡ। ଥାନା ପୋଡିଦେଲେ ଉତ୍ୟକ୍ତ ଲୋକେ। ଥାନାରେ ନିଆଁ ଲଗାଇଦେବା ସହ ପୁଲିସ ଜିପ୍ ମଧ୍ୟ ଜାଳିଦେଇଛନ୍ତି ଉତ୍ୟକ୍ତ ଲୋକେ । ଗତ ୧୫ ଦିନ ତଳେ ଗଂଜାମ ପୋଲସରା ଥାନା ଭାବରଡା ଗାଁରେ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଗାଁର ମନୋଜ ନାହାକ ଓ ତାଙ୍କର କିଛି ବନ୍ଧୁ କମେଂଟ ମାରିଥିବା ନେଇ ଥାନାରେ ଏତଲା ହୋଇଥିଲା । ଏହି ମାମଲାରେ ମନୋଜ ନାହାକଙ୍କ ବାପା ମାଙ୍କୁ ଅଟକ ରଖିଥିଲା ପୁଲିସ ।

Advertisment

ଗତକାଲି ଛାତ୍ରୀର ବାପା ଓ ମା ବିଲରେ କାମ କରୁଥିବା ସମୟରେ ମନୋଜ ଓ ତାଙ୍କ ସହଯୋଗୀ ଆକ୍ରମଣ କରିଥିଲେ। ତେବେ ଘଟଣାସ୍ଥଳରୁ ଛାତ୍ରୀଙ୍କ ବାପା କୈାଣସି ମତେ ଖସି ପଳାଇଥିଲେ। ଛାତ୍ରୀଙ୍କ ମାଙ୍କୁ ଲୁହାରଡରେ ମରଣାନ୍ତକ ଆକ୍ରମଣ କରି ସ୍ଥାନୀୟ ଜଙ୍ଗଲରେ ଫିଙ୍ଗି ମନୋଜ ନାହାକ ଓ ତାଙ୍କ ସହେଯୋଗୀ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ପରେ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ପୋଲସରା ଥାନାରେ ପୋଡାଜଳା କରିଛନ୍ତି , ଏବଂ ଏହାସହ ଶବ ରଖି ରାସ୍ତା ଅବରୋଧ କରିଛନ୍ତି ।