କନକ ବ୍ୟୁରୋ: ଦିନକୁ ଦିନ ବଢୁଛି ପ୍ରଦୂଷଣ । କେଉଁଠି କଳ କାରଖାନାରୁ ନିର୍ଗତ ହେଉଛି ବିଷାକ୍ତ ଧୂଆଁ ତ ପୁଣି କେଉଁଠି ପାଣି ହେଉଛି ପ୍ରଦୁଷିତ । ତେବେ ଏହି ପ୍ରଦୂଷଣ କେବଳ ଶ୍ୱାସକ୍ରିୟା ଜନିତ ସମସ୍ୟା କିମ୍ବା ସ୍ୱାସ୍ଥ୍ୟଗତ ସୃଷ୍ଟି କରୁନାହିଁ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ କୁପ୍ରଭାବ ପକାଉଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ପୁରୁଷଙ୍କ ପ୍ରଜନନ କ୍ଷମତା କମାଇ ଦେଉଛି ପ୍ରଦୂଷଣ । ଆମେରିକା ମେଡିକାଲ ଆସୋସିଏସନ ଦ୍ୱାରା ପ୍ରକାଶିତ ମେଡିକାଲ ଜର୍ନାଲରେ ଏ ନେଇ ବିସ୍ତୃତ ତଥ୍ୟ ଦିଆଯାଇଛି । ଶୁକ୍ରାଣୁରମାନ କମାଇବା ସହ ଟେଷ୍ଟୋଷ୍ଟେରନ୍ ସ୍ତର ମଧ୍ୟ ହ୍ରାସ ପାଉଛି । ବିଶେଷ କରି ଶିଳ୍ପାଞ୍ଚଳରେ ଏଭଳି ସମସ୍ୟା ଅଧିକ ଦେଖାଯାଉଥିବା କହିଛନ୍ତି ବିଶେଷଜ୍ଞ ।

Advertisment

ଗବେଷଣାରୁ ଜଣାପଡିଛି, ତାପମାତ୍ରା ବୃଦ୍ଧି ଯୋଗୁଁ ଶୁକ୍ରାଣୁ ଉପରେ ଏହାର କୁପ୍ରଭାବ ପଡୁଛି । ଜଳବାୟୁ ପରିବର୍ତ୍ତନ ଏବଂ ଅଧିକ ତାପମାତ୍ରା ଥିବା ପରିବେଶରେ କାମ କରିବା ଦ୍ୱାରା ଶୁକ୍ରାଣୁର ଗୁଣବତା ଉପରେ ଖରାପ ପ୍ରଭାବ ପକାଏ ବୋଲି କହିଛନ୍ତି ପରିବେଶବିତ୍ । ପରିବେଶ ପ୍ରଦୂଷଣ ସମେତ ଖରାପମାନର ଖାଦ୍ୟ, ବଦଭ୍ୟାସ ଓ ନିଶା ସେବନ ବି ପ୍ରଜନନ କ୍ଷମତା କମାଇବାର କାରଣ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।