ତାଲାବନ୍ଦ ସମୟରେ ଆପଣ ନେଉଛନ୍ତି ସ୍ୱଚ୍ଛ ବାୟୁ । କରୋନା କଟକଣା କମାଇ ଦେଇଛି ବାୟୂ ପ୍ରଦୂଷଣର ମାତ୍ରା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା, ଭୁବନେଶ୍ୱର ଓ ବ୍ରହ୍ମପୁରରେ କମିଛି ୬୦ ପ୍ରତିଶତ ପ୍ରଦୂଷଣ ।

411

କନକ ବ୍ୟୁରୋ: କରୋନା କଟକଣା ଯୋଗୁଁ ରାଜ୍ୟରେ ବାୟୁ ପ୍ରଦୂଷଣ ମାତ୍ରା କମିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ସୂଚନା ଦେଇଛି । ରାଜ୍ୟର ୧୪ଟି ସହରରେ ବାୟୁ ପ୍ରଦୂଷଣ ମାତ୍ରା କମିଛି । ବାୟୁ ପ୍ରଦୂଷଣର ସୂଚକାଙ୍କ ଅନୁସାରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ପ୍ରଦୂଷଣର ମାତ୍ରା ୬୦ ପ୍ରତିଶତ କମିଛି । କରୋନା ସଂକ୍ରମଣ କମାଇବାକୁ ସାରା ଦେଶରେ ତାଲାବନ୍ଦ ଚାଲିଥିବା ବେଳେ ଗାଡି ମୋଟର ଚଳାଚଳ ଉପରେ କଟକଣା ଲାଗିଛି । ଯାହାର ଫଳ ସ୍ୱରୂପ ଲୋକେ ପୂର୍ବ ଅପେକ୍ଷା ଅଧିକ ସ୍ୱଚ୍ଛ ବାୟୁ ନେଉଛନ୍ତି ।

ସବୁଠାରୁ ବଡ଼ କଥା ହେଲା ଯେବେଠାରୁ ସାରା ଦେଶରେ ଲକଡାଉନ୍ ଆରମ୍ଭ ହେଲା ତାହାର କିଛି ଦିନ ପରେ ବାୟୁ ପ୍ରଦୂଷଣ ମାତ୍ରା କମିବାରେ ଲାଗିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି କି ରାଜ୍ୟର ୧୪ଟି ସହର ଯଥା ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ସର୍ବାଧିକ ୬୦ ପ୍ରତିଶତ ପ୍ରଦୂଷଣମାତ୍ରା ହ୍ରାସ ପାଇଛି । ଝାରସୁଗୁଡ଼ାରେ ୫୩, ଅନୁଗୁଳ ଏବଂ ତାଳଚେର ଭଳି ସହରମାନଙ୍କରେ ୩୦ରୁ ୩୭ ପ୍ରତିଶତ ପ୍ରଦୂଷଣମାତ୍ରା କମିଛି । କାରଣ ଭୂବନେଶ୍ୱରର ପୂର୍ବରୁ ଯେଉଁଠି ପ୍ରଦୂଷଣମାତ୍ରା ୧୦୨ ରହିଥିଲା ତାଲାବନ୍ଦ ପରେ ତାହା ଏବେ ୪୧ ରହିଛି । ବାୟୂ ସୂଚକାଙ୍କରେ ରାଜ୍ୟର ୧୪ଟି ସହରର ବାୟୂ ଗୁଣବତ୍ତା ଭଲ ଏବଂ ସନ୍ତୋଷଜନକ ପରିମାକରେ ରହିଛି ।