ଜୟପୁରରେ ମହିଳାଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା : ଘରୁ ଘରୁ ପ୍ରତିଦିନ ବାହାରୁ ଥିବା ଅଳିଆରୁ କମ୍ପୋଷ୍ଟ ଖତ ତିଆରି କରୁଛି ମେସିନ୍

କେଜି ହିସାବରେ ବିକ୍ରି ହେଉଛି ଜୈବିକ ସାର

99

କନକ ବ୍ୟୁରୋ : ପ୍ରଦୂଷଣ ମୁକ୍ତ ହେବ ସହର । ରାସ୍ତା କଡ଼ରେ ଆଉ ଗଦା ହେବନି ଅଳିଆ ଆବର୍ଜନା । ଏବେ ଏହି ଅଳିଆରୁ ପ୍ରସ୍ତୁତ ହେଉଛି ଜୈବିକ ଖତ । ଜୟପୁର ପୌର ପାଳିକାର ଅଭିନବ ପ୍ରୟାସକୁ ଦେଖି ସମସ୍ତେ ଦେଉଛନ୍ତି ସାବାସୀ । କାରଣ ଲୋକଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା ।

ପରିଷ୍କାର ସାଙ୍ଗକୁ ରୋଜଗାର । କେମିକାଲ ବିହିନ ଖତ ସାର । କିଲୋ ପିଛା ୨୦ ଟଙ୍କାରେ ହେବ ବିକ୍ରି । ଘରୁ ବାହାରୁ ଥିବା ଅଳିଆ ଆବର୍ଜନା ପୁଣି ସେହି ଘରକୁ ସାର ହୋଇ ଫେରିବ । ଏଭଳି ଏକ ଅଭିଯାନ ଆରମ୍ବ କରିଛି ଜୟପୁର ପୌର ପାଳିକା ।ସହରର ଗଳି କନ୍ଦିରୁ ବାହାରୁ ଥିବା ଅଳିଆ ଆବର୍ଜନା ଆଉ ଖୋଲା ମେଲା ରେ ଗଦା ହେବ ନାହିଁ କି ସହରକୁ ଦୁର୍ଗନ୍ଧ କରିବ ନାହିଁ । ଏଥି ପାଇଁ ଜୟପୁର ପୌରପାଳିକା ପ୍ରସ୍ତୁତ କରିଛି ମାଇକ୍ରୋ କମ୍ପୋଷ୍ଟିଂ ସେଂଟର । ଆଉ ସେଟଂର ଭିତରେ ନିଯୁକ୍ତି ପାଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଟିର ମହିଳା ମାନେ ।

ଆଦାୟ ହେଉଥିବା ଅଳିଆ ଆବର୍ଜନା ରୁ ପ୍ଳାଷ୍ଟିକ ପଦାର୍ଥକୁ ଅଲଗା କରି ବସ୍ତା ରେ ପେକ କରି ବାହାରକୁ ବିକ୍ରି ପାଇଁ ପଠାଯାଏ । ଆଉ ଓଦା ଅଳିଆ ଯାହାକି କଚଂପରିବା ଚୋପା ଠାରୁ ଆରମ୍ବ କରି ବଳକା ରହିଥିବା ଖାଦ୍ୟପଦାର୍ଥକୁ ମେସିନ ସାହାଯ୍ୟରେ ଛୋଟ ଛୋଟ ଖଣ୍ଡ କରି କୁଣ୍ଡରେ ପକାଇ ଦିଆଯାଏ , ସେହି କୁଣ୍ଡରେ ୭ ଦିନ ରହି କମ୍ପୋଷ୍ଟ କରାଯାଏ ପରେ ତାକୁ ପଦାରେ ଶୁଖାଇ ପୁଣି ମେସିନ ସାହାଯ୍ୟରେ ପାଉଡ଼ର କରି ପ୍ୟାକେଟିଂ କରାଯାଇ ବିକ୍ରି ପାଇଁ ପ୍ରସ୍ତୁତ କରାଯାଏ ।

ଏହି କାମରେ ଅନେକ ମହିଳା ଓ ଯୁବକ ମଧ୍ୟ ନିଯୁକ୍ତି ପାଇ ପାରିଛନ୍ତି । ପୁର୍ବରୁ ସହରରୁ ବାହାରୁଥିବା ଅଳିଆ ଆବର୍ଜନାକୁ କୌଣସି ଏକ ରାସ୍ତା କଡ଼ରେ ଢ଼ଳା ଯାଉଥିଲା ଏଥିରେ ପ୍ରଦଷଣ ବଢୁଥିଲା, । ଆଉ ଗୀନ ଟ୍ରୀବୁନାଲ ତରଫରୁ ପୌରପାଳିକାଠାରୁ ମୋଟା ଅଙ୍କର ଅର୍ଥ ମଧ୍ୟ ଆଦାୟ ହେଉଥିଲା ବୋଲି ପୌରପାଳିକାର ସାନିଟାଇଜ ଏକ୍ସପୋର୍ଟ କହିଛନ୍ତି । ପୌରପାଳିକାର ଏଭଳି ପ୍ରୟାସ କୁ ପ୍ରଶଂସା କରିଛନ୍ତି ଜିଲ୍ଳାବାସୀ ।