କନକ ବ୍ୟୁରୋ: ବାଣ ବଦଳରେ ଜଳିବ ଦୀପ । ସାରା ଦେଶ ରେ ଦୀପାବଳିରେ ଫୁଟିବନି ପ୍ରଦୂଷଣ ଯୁକ୍ତ ବାଣ । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଚଳଚଂଚଳ ଦୀପ କାରବାର । ବାଣ ବଦଳରେ ଦୀପ ଜାଳି ଦୀପାବଳି ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ନବରଙ୍ଗପୁର ବାସିନ୍ଦା ।

Kanak News is now on WhatsApp
Join and get latest news updates delivered to you via WhatsApp
ଦୀପାବଳି ହେବ ଦୀପମୟ । ପରିବେଶରେ ପ୍ରଦୂଷଣର ମାତ୍ରା ବଢ଼ୁଥିବାରୁ ବାଣ ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ଏଥିିପାଇଁ ଇକୋ ଫ୍ରେଣ୍ଡଲି ଦୀପାବଳୀ ପାଳନ କରିବାକୁ ପ୍ରସ୍ତୁତ ହେଉଛି ସାରା ରାଜ୍ୟ । ନବରଙ୍ଗପୁର ଜିଲ୍ଲାର କୁମ୍ଭାର ଶାଳ ଏବେ ଚଳଚଂଚଳ । ଦୀପର ଚାହିଦା ଜିଲ୍ଲା ତଥା ପଡୋଶୀ କୋରାପୁଟ, କଳାହାଣ୍ଡି, ରାୟଗଡା, କଟକ, ଭୁବନେଶ୍ୱର, ସହିତ ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ଯାଇ ବିକ୍ରି ହୁଏ । କିଛି ବର୍ଷ ପୂର୍ବରୁ ଆଧୁନିକତାର ଛାପରେ ଦୀପର ସ୍ଥାନ ଆକର୍ଷଣ ସାଜିଥିବା ଚାଇନା ଲାଇଟ ନେଇଥିଲା । କିନ୍ତୁ ଲୋକେ ଧୀରେ ଧୀରେ ସଚେତନ ହୋଇ ପୁନର୍ବାର ପାରମ୍ପରିକ ଦୀପ ଜଳାଇ ଦୀପାବଳି ପାଳନକୁ ଗୁରୁତ୍ୱ ଦେଉଛନ୍ତି ।
ମାଟି କୁ ଜୀବନ୍ତ ଆକାର ଦେଇ ନିଜର ପରିବାର ପ୍ରତିପୋଷଣ କରନ୍ତି କୁମ୍ଭାର । ତେବେ କୁମ୍ଭାର ପରିବାର ମାନଙ୍କ ମାଟି ସାମଗ୍ରୀ ବିକ୍ରି ପାଇଁ ସ୍ଥାୟୀ ବଜାରର ଅଭାବ ହେତୁ ନିଜର ଉପଯୁକ୍ତ ପାଉଣା ପାଇପାରୁନାହାନ୍ତି କୁମ୍ଭାର ପରିବାର । ଆଧୁନିକତା ଆଗରେ ନିଜ ପାରମ୍ପରିକ ରୀତିନୀତି ଭୁଲି ନଯିବା ପାଇଁ ଆହ୍ୱାନ ଦେଇଛନ୍ତି ପରିବେଶବିତ । ମାଟି ଦୀପ ବ୍ୟବହାର କରି କୁମ୍ଭାର ପରିବାରଙ୍କ ପାଇଁ କୌଳିକ ବୃର୍ତି ବଂଚାଇବାରେ ସହାୟକ ହେବା ପାଇଁ ସଚେତନ ସୃଷ୍ଟି ହେଉଛି ।