ରାତି ପାହିଲେ ପଡ଼ିବ ଭୋଟ: ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ମତଦାନ

107

କନକ ବ୍ୟୁରୋ: ରାତି ପାହିଲେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡ଼ିବ ଭୋଟ । ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ହେବ ମତଦାନ । କିଏ ଜିତିବ ଓ କିଏ ହାରିବ, ତା’ର ଫୈସଲା ହେବ ଜୁନ୍ ୪ରେ । କିନ୍ତୁ ତା’ ପୂର୍ବରୁ ନେତାଙ୍କ ଛାତି ଧଡ଼ଧଡ଼ । ଶେଷ ପର୍ଯ୍ୟାୟ ମତଦାନ ପାଇଁ ୧୦ ହଜାର ୮୮୨ଟି ବୁଥ ରହିଛି । ଏହା ମଧ୍ୟରୁ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ ରହିଛି । ୩୬ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହେବେ । ୧୨୬ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ, ୮୬ ପ୍ଲାଟୁନ ଓଡ଼ିଶା ଆର୍ମଡ ପୋଲିସ ରହିବେ । ବୁଥ ତଦାରଖ ପାଇଁ ୮୪୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କଂଟ୍ରୋଲ ରୁମକୁ ମନିଟର କରିବ ପେଟ୍ରୋଲିଂ ପାର୍ଟି । ବିଧାନସଭା ନିର୍ବାଚନ ପାଇଁ ଏସଡିପିଓ ଓ ଡିଏସପି ଦାୟିତ୍ୱରେ ରହିବେ । ସମ୍ବେଦନଶୀଳ ସ୍ଥାନରେ କୁଇକ ଆକ୍ସନ ଟିମ୍ କାମ କରିବ ।

ରାତି ପାହିଲେ ଭୋଟ୍
୪୬୦ ନେତାଙ୍କ ଭାଗ୍ୟ ପରୀକ୍ଷା
୨୦୧୯ର ଫଳାଫଳ
ବିଧାନସଭା: ୪୨
ବିଜେଡି: ୩୩
ବିଜେପି: ୦୯
ଲୋକସଭା: ୬
ବିଜେଡି: ୦୪
ବିଜେପି: ୦୨

୬ ସଂସଦୀୟ କ୍ଷେତ୍ର
ବାଲେଶ୍ୱର
ଭଦ୍ରକ
ମୟୂରଭଞ୍ଜ
କେନ୍ଦ୍ରାପଡ଼ା
ଜଗତସିଂହପୁର
ଯାଜପୁର

ମୋଟ ଭୋଟର: ୯୯,୬୧,୦୫୭
ମହିଳା ଭୋଟର: ୪୮,୭୨,୨୯୪
ପୁରୁଷ ଭୋଟର: ୫୦,୮୮,୦୭୬