ଦୁର୍ଘଟଣା ଶିକାର ହେଲା ପୋଲିଂ ପାର୍ଟି ଗାଡି । ୨ ଗୁରୁତରଙ୍କ ସହ ୧୮ କର୍ମଚାରୀ ଆହତ । ସମ୍ବଲପୁର ବଡ଼ରମା ବୁଲାଣିରେ ଦୁର୍ଘଟଣା । 

Advertisment
ଦୁର୍ଘଟଣା ଶିକାର ହେଲା ପୋଲିଂ ପାର୍ଟି ଗାଡି । ୨ ଗୁରୁତରଙ୍କ ସହ ୧୮ କର୍ମଚାରୀ ଆହତ । ସମ୍ବଲପୁର ବଡ଼ରମା ବୁଲାଣିରେ ଦୁର୍ଘଟଣା । 

କନକ ବ୍ୟୁରୋ: ପୋଲିଂ ସାରି ଇଭିଏମ ଓ ଭିଭିପାଟ ଧରି ଫେରିବା ବେଳେ କର୍ମଚାରୀଙ୍କ ବସ ଦୁର୍ଘଟଣା  । ସମ୍ବଲପୁର ଜମନକିରା ଥାନା ବଡ଼ରମା ବୁଲାଣିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍  । ଏଥିରେ ୧୮ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି  । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ତେବେ ଦୁଇ ଜଣ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି  ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ଇଭିଏମ, ଭିଭିପାଟ ଓ ଅନ୍ୟ ସରଞ୍ଜାମକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି  । କେଉଁ କାରଣରୁ ବସ ଦୁର୍ଘଟଣା ହେଲା ତାହା ସ୍ପଷ୍ଟ ହୋଇନାହିଁ  । ପୁଲିସ ଘଟଣାର ତଦନ୍ତ କରୁଛି  । ଶନିବାର କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଭୋଟିଂ ହୋଇଥିବା ବେଳେ ଅନେକ ବୁଥରେ ମତଦାନ ବିଳମ୍ବିତ ହୋଇଥିଲା  । ରାତି ୯ଟାରେ କର୍ମଚାରୀମାନେ ପୋଲିଂ ସାରି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe