କନକ ବ୍ୟୁରୋ: ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ନିଲମ୍ବିତ ହେଲେ ପୁଲିଂ ଅଫିସର । ସୁକିନ୍ଦା ବିଧାନସଭା ନିର୍ବାଚନମଣ୍ଡଳୀ ଅଧିନସ୍ଥ ୧୯୬ ନମ୍ବର ବୁଥର ଚତୁର୍ଥ ପୁଲିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ସୁଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଜିଲ୍ଲାପାଳଙ୍କ ସୂଚନା ମୁତାବକ, ଏକ ନିର୍ଦ୍ଦିଷ୍ଟ ଦଳକୁ ଏହି ପୁଲିଂ ଅଫିସର ଭୋଟ୍ ଦେବାକୁ ଭୋଟରଙ୍କୁ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି ।
ସେହିଭଳି ବିଞ୍ଝାରପୁର ୧୯୧ ନମ୍ବର ବୁଥର ମଧ୍ୟ ପ୍ରିଜାଇଡ଼ିଙ୍ଗ୍ ଅଫିସରଙ୍କୁ ଗିିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ତେବେ ଏହି ପ୍ରିଜାଇଡ଼ିଙ୍ଗ ଅଫିସର ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହା ଫଳରେ ଉକ୍ତ ପ୍ରିଜାଇଡ଼ିଙ୍ଗ ଅଫିସରଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/POLLING-1.jpg)