କନକ ବ୍ୟୁରୋ: ଆସନ୍ତାକାଲି ପଡିବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ । ବଲାଙ୍ଗୀର, ବରଗଡ, କନ୍ଧମାଳ, ସୁନ୍ଦରଗଡ ଓ ଆସ୍କା ୫ଟି ଲୋକସଭା ଓ ୩୫ ଟି ବିଧାନସଭା ଆସନ ପାଇଁ ମତଦାନ କରିବେ ଭୋଟର । ସେଥିପାଇଁ ବୁଥଗୁଡିକୁ ଯାଉଛନ୍ତି ପୋଲିଂ ପାର୍ଟି । ଜିଲ୍ଳା ସ୍ତରରେ ରହିଥିବା କ୍ୟାମ୍ପରୁ ଇଭିଏମ ମେସିନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ସହ ବୁଥକୁ ଯାଉଛନ୍ତି ପୋଲିଂ ପାର୍ଟି । ଉପାନ୍ତ ଅଂଚଳରେ ଥିବା ଅଂଚଳମାନଙ୍କୁ ଗତକାଲି ଠାରୁ ପୋଲିଂ ପାର୍ଟିକୁ ପଠାଯାଇଛି । ଆଜି ମଧ୍ୟ ବାକି ଅଂଚଳଗୁଡିକୁ ପୋଲିଂ ପାର୍ଟି ଯିବା କାମ ଆରମ୍ଭ ହୋଇଯାଇଛି ।

Advertisment

publive-image

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ତୁଙ୍ଗ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ବିଶେଷ କରି ତିନି ପ୍ରମୁଖ ଦଳର ବିଧାୟକ ଦଳର ନେତାଙ୍କ ରାଜନୈତିକ ଭାଗ୍ୟ ନିର୍ଣ୍ଣୟ ହେବ । ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ, କଂଗ୍ରେସ ବିଧାୟକ ଦଳ ନେତା ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ବିିଜେଡି ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲଢ଼େଇ ମୈଦାନରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ଯାକ ଆସ୍କାର ହିଞ୍ଜିଳି ଓ ବରଗଡ ବିଜେପୁର, କନକବଦ୍ଧନ ଲଢ଼ୁଥିବା ଆସନ ପାଟଣାଗଡ଼ ଏବଂ ନରସିଂହ ମିଶ୍ର ଲଢୁଥିବା ବଲାଙ୍ଗିର ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେଉଛି ।

publive-image

ସେପଟେ, ଆସନ୍ତାକାଲି ପରୀକ୍ଷା ଦେବେ ପ୍ରାର୍ଥୀ । ନିଜ ମତ ସାବ୍ୟସ୍ତ କରିବେ ଭୋଟର । ବୁଥରେ ପହଚିଂଛନ୍ତି ପୁଲିଂ ପାର୍ଟି । ମତଦାନ ପାଇଁ ପୂରା ପ୍ରସ୍ତୁତ ଜିଲ୍ଲା ପ୍ରଶାସନ । ଗଣତନ୍ତ୍ରର ଏହି ମହାନ ପର୍ବ ପାଇଁ ପ୍ରସ୍ତୁତ ହେଉଛନ୍ତି ସୁନ୍ଦରଗଡର ଜନତା । ସୁନ୍ଦରଗଡ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ମତ ସଂଗ୍ରହ କରାଯିବ । ଗୋଟିଏ ଲୋକସଭା ସହିତ ୭ ବିଧାନସଭା ଆସନ ପାଇଁ ୧୮୪୬ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । ଆଉ ନିଜ ମନ ପସନ୍ଦର ପ୍ରାର୍ଥୀ ଚୟନ କରିବେ । ଏଥିପାଇଁ ଅନେକ ବୁଥରେ ପୋଲିଂ ପାର୍ଟି ପହଂଚି ସାରିଥିବା ବେଲେ ଆଜି ଆଉ କିଛି ବୁଥକୁ ପୋଲିଂ କର୍ମଚାରୀ । ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ସୁନ୍ଦରଗଡ ଜିଲ୍ଲ ପ୍ରଶାସନ ।