ଦେଶରେ ପଞ୍ଚମ ପର୍ଯ୍ୟାୟରେ ମତଦାନ: ୬ରାଜ୍ୟ, ୨ କେନ୍ଦ୍ରଶାସିତ ଅଞ୍ଚଳରେ ପଡିଲା ଭୋଟ, ସଂଧ୍ୟା ୫ଟା ସୁଦ୍ଧା ୫୬.୬୮ ପ୍ରତିଶତ ଭୋଟଗ୍ରହଣ

Advertisment
ଦେଶରେ ପଞ୍ଚମ ପର୍ଯ୍ୟାୟରେ ମତଦାନ: ୬ରାଜ୍ୟ, ୨ କେନ୍ଦ୍ରଶାସିତ ଅଞ୍ଚଳରେ ପଡିଲା ଭୋଟ, ସଂଧ୍ୟା ୫ଟା ସୁଦ୍ଧା ୫୬.୬୮ ପ୍ରତିଶତ ଭୋଟଗ୍ରହଣ

କନକ ବ୍ୟୁରୋ: ଦେଶରେ ଆଜି ପଂଚମ ପର୍ଯ୍ୟାୟରେ ପଡିଛି ଭୋଟ । ସଂଧ୍ୟା ୫ଟା ସୁଦ୍ଧା ୫୬.୬୮ ପ୍ରତିଶତ ଭୋଟଗ୍ରହଣ ।୬ ରାଜ୍ୟ ଓ ୨ କେନ୍ଦ୍ର୍ରଶାସିତ ଅଂଚଳର ଭୋଟ ପଡିଛି । ୪୯ ସଂସଦୀୟ କ୍ଷେତ୍ରରେ ହୋଇଛି ମତଦାନ । ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ଭୋଟର । ଦିନ ୩ଟା ସୁଦ୍ଧା ୪୭ ପ୍ରତିଶତ ଭୋଟ ଗ୍ରହଣ କରଯାଇଛି । ଉତରପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗର ୭, ବିହାରର ୫, ଝାଡ଼ଖଣ୍ଡର ୩ ଓଡିଶାରୁ ୫ ଜମ୍ମୁକାଶ୍ମୀର ଓ ଲଦାଖର ଗୋଟିଏ ଲେଖାଏଁ ଆସନରେ ପଡିଛି ଭୋଟ । ଏଥରକ ଅନେକ ହେଭିୱେଟ ଚେହେରାଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଉତରପ୍ରଦେଶ ରାଏବରେଲୀ ଆସନରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ, ଆମେଥିରୁ ସ୍ମୃତି ଇରାନୀ, ଲକ୍ଷେ୍ନøରୁ ରାଜନାଥ ସିଂ, କୈସରଗଂଜରୁ ବ୍ରିଜ ଭୁଷଣ ସିଂଙ୍କ ପୁଅ କରଣ ସିଂ, ବିହାର ସରନରୁ ଆରଜେଡି ନେତ୍ରୀ ତଥା ଲାଲୁ ପ୍ରସାସଦଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ, ହାଜିପୁରରୁ ଚିରାଗ ପାଶୱାନ, ମୁମ୍ବାଇ ନର୍ଥରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ଜମ୍ମୁକାଶ୍ମୀର ବାରମୁଲାରୁ ଓମାର ଅବଦୁଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe