କନକ ବ୍ୟୁରୋ: ବିଳମ୍ବିତ ରାତି ଯାଏଁ ଚାଲିଲା ମତଦାନ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବାୟାପୂଜାରିଗୁଡ଼ାରେ ଥିବା ଗୋଟିଏ ବୁଥ୍ରେ ବିଳମ୍ବିତ ରାତି ଯାଏଁ ଭୋଟ୍ ଦେଇଥିଲେ ଭୋଟର । ୨ ଥର ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତଦାନରେ ବିଳମ୍ବ ହୋଇଥିଲା । ଭୋଟ୍ ଦେଇପାରିନ ଥିବାରୁ ମତଦାନ କେନ୍ଦ୍ର ଆଗରେ ଭୋଟରଙ୍କ ଗହଳି ଦେଖିବାକୁ ମିଳିଥିଲା । ଏହି ବୁଥ୍ରେ ମୋଟ୍ ୧୪ ଶହ ୫୦ ଭୋଟ ଦେବା ପାଇଁ ବ୍ୟବସ୍ଥା ହୋଇଥିଲା । ହେଲେ ପ୍ରବଳ ଭିଡ଼ ଯୋଗୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମତଦାନ ଚାଲିଥିଲା । ରାତିରେ ଭୋଟ୍ ଗ୍ରହଣ ହେଉଥିବାରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବୁଥ୍ରେ ସେକ୍ଟର ଅଫିସର ଓ ପୋଲିସ ଟିମ୍ ଉପସ୍ଥିତ ଥିଲେ ।

Advertisment