କନକ ବ୍ୟୁରୋ : ଭୋଟ୍ ଦାନ ଆରମ୍ଭରୁ ଇଭିଏମ୍ ଅଚଳ । ୭୫ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଛି । ବୁଥରେ ମାତ୍ର ୧୬ ଜଣ ଭୋଟ୍ ଦେବା ପରେ ଇଭିଏମ୍ ଖରାପ ହୋଇଯାଇଥିଲା । ଏହା ପରେ ମତଦାତା ମାନେ ଭୋଟ୍ ଦେବା ପାଇଁ ଅପେକ୍ଷା କରି ରହିଥିଲେ । ଲମ୍ବା ଧାଡିରେ ଅନେକ ସମୟ ଠିଆ ହୋଇଥିବାରୁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ଭୋଟ୍ ଦାନ କେନ୍ଦ୍ର ପରିଦର୍ଶନ କରିଥିଲେ । କିଛି ସମୟ ପରେ ଇଭିଏମ୍ ଠିକ୍ କରାଯାଇଥିଲା । ଏହା ପରେ ଏହି ବୁଥରେ ମତଦାନ ସ୍ୱାଭାବିକ ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us