ସଂସଦ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ; ଲୋକସଭା ଦିନକ ପାଇଁ ମୁଲତବୀ

ସଂସଦର ଶୀତ ଅଧିବେଶନ ଆରମ୍ଭରେ ଦିବଂଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆର୍ ଉପରେ ଲୋକସଭାରେ ଆଲୋଚନା ଦାବି କରିଥିଲେ ବିରୋଧୀ । ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବୀ ରହିଥିଲା ।

Lok Sabha

Lok Sabha Photograph: (Kanak News)

କନକ ବ୍ୟୁରୋ : ସଂସଦର ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ । ଲୋକସଭାରେ ଏସ୍‌ଆଇଆର ଉପରେ ଆଲୋଚନା ଦାବି କରି ବିରୋଧୀ ବାରମ୍ବାର ହୋହଲ୍ଲା କରିବାରୁ ଗୃହ ଆଜି ଦିନକ ପାଇଁ ମୁଲତବୀ ରହିଛି । ଏହା ଭିତରେ ଆଗତ ହୋଇଛି ୩ଟି ବିଲ୍ । ସେପଟେ ରାଜ୍ୟସଭାରେ ନୂଆ ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନଙ୍କୁ ସ୍ୱାଗତ କରାଯାଇଥିଲା ।

ସଂସଦର ଶୀତ ଅଧିବେଶନ ଆରମ୍ଭରେ ଦିବଂଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆର୍ ଉପରେ ଲୋକସଭାରେ ଆଲୋଚନା ଦାବି କରିଥିଲେ ବିରୋଧୀ । ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବୀ ରହିଥିଲା । ଶେଷରେ ମଙ୍ଗଳବାର ଯାଏଁ ମୁଲତବୀ ରହିଛି । ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇ କହିଥିଲେ, ପରାଜୟକୁ ବିରୋଧୀ ଭୁଲି ପାରୁନାହାନ୍ତି । ସଂସଦ ଡ୍ରାମା କରିବାର ସ୍ଥାନ ନୁହେଁ । ନକାରାତ୍ମକ ଚିନ୍ତା ଛାଡ଼ିବାକୁ ମୋଦୀ ପରାମର୍ଶ ଦେଇଥିଲେ ।

ଅଧିକ ପଢ଼ନ୍ତୁ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ମୋଦୀ କହିଲେ, କିଛି ଦଳକୁ ହଜମ ହେଉନି ପରାଜୟ

ଲୋକସଭାରେ ହଟ୍ଟଗୋଳ ଭିତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତିନିଟି ବିଲ୍ ଉପସ୍ଥାପନ କରିଛନ୍ତି । ଏସବୁ ବିଲ୍ ହେଲା- ମଣିପୁର ଜିଏସଟି ଦ୍ୱିତୀୟ ସଂଶୋଧନ ବିଲ୍, ସେଣ୍ଟ୍ରାଲ ଏକ୍ସସାଇଜ୍ ସଂଶୋଧନ ବିଲ୍ ଓ ହେଲ୍‌ଥ ସିକ୍ୟୁରିଟି ସେ‘ ନ୍ୟାସନାଲ ସିକ୍ୟୁରିଟି ସେସ୍‌ ବିଲ୍ । ସେପଟେ ରାଜ୍ୟସଭାରେ କାର୍ଯ୍ୟ ଆରମ୍ଭ କରିଥିବା ନୂଆ ଅଧ୍ୟକ୍ଷ ସି.ପି ରାଧାକୃଷ୍ଣନଙ୍କୁ ଶାସକ ଓ ବିରୋଧୀ ସ୍ୱାଗତ କରିଥିଲେ । ତେବେ ମୋଦୀଙ୍କ ଭାଷଣକୁ ବିରୋଧୀ ସମାଲୋଚନା କରିଛନ୍ତି । ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂସଦର ଶୀତ ଅଧିବେଶନ । ଏସ୍‌ଆଇଆର୍‌, ଦିଲ୍ଲୀ ବିସ୍ଫୋରଣ ଆଦି ପ୍ରସଙ୍ଗକୁ ନେଇ ସରଗରମ ରହିପାରେ । ୧୫ଟି କାର୍ଯ୍ୟଦିବସ ଭିତରେ ସରକାର ପ୍ରାୟ ୧୪ଟି ବିଧେୟକ ଆଗତ କରିବା କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe