କନକ ବ୍ୟୁରୋ : ପଶ୍ଚିମ ବଙ୍ଗକୁ ଦଖଲ କରିବା ପାଇଁ ବିଜେପିର ନୂଆ ରଣନୀତି । ଏଥର ଜୟ ଶ୍ରୀରାମ ନୁହେଁ, ଜୟ ମା' କାଳି, ଜୟ ମା' ଦୁର୍ଗା, ଜୟ ଭୋଲେନାଥ କହି ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ... 

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ବିଶାଳ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ରଣନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି । ତାଙ୍କର ୩୩ ମିନିଟର ଭାଷଣରେ ଦିଦିଙ୍କ ନାଁ ଗୋଟିଏ ଥର ବି ଶୁଣିବାକୁ ମିଳିନି । ସେ ଥରେ ବି ମମତା ବାନାର୍ଜୀଙ୍କ ନାଁ ନେଇ ନାହାନ୍ତି । ପୂର୍ବରୁ, ୨୦୧୪ କଥା ଦେଖନ୍ତୁ କି ୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୨୧ ବିଧାନସଭା ନିର୍ବାଚନ କଥା ମନେ ପକାନ୍ତୁ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ରାଲିରେ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି, କିନ୍ତୁ ଏଥର ତାଙ୍କର ନୀରବତା ବହୁତ କିଛି କହୁଛି... 

ବିଜେପିର ରଣନୀତି ଏବେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି । ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ସୂଚାଇ ଦେଇଛନ୍ତି ଯେ ପରବର୍ତ୍ତୀ ଯୁଦ୍ଧ 'ମମତା ବାନାର୍ଜୀ’ ବନାମ 'ନରେନ୍ଦ୍ର ମୋଦୀ ନୁହେଁ ବରଂ 'ଟିଏମସି ବନାମ ସୁଶାସନ' ହେବ ।

ପଶ୍ଚିମବଙ୍ଗରେ ମମତାଙ୍କୁ ଟକ୍କର ଦେବା ପାଇଁ ସବୁ ନିର୍ବାଚନରେ ବିଜେପି ପ୍ରୟାସ କରିଆସିଛି, କିନ୍ତୁ ମମତାଙ୍କ ଗୋଟିଚାଳନା ଆଗରେ ଗେରୁଆ ଦଳ ସବୁବେଳେ ବିଫଳ ହୋଇଆସିଛି । ଏଥର କିନ୍ତୁ ବିଜେପି ଦିଦିଙ୍କୁ ମାତ୍ ଦେବା ପାଇଁ ବୋଧ ହୁଏ ନୂଆ ରଣନୀତି ପ୍ରସ୍ତୁତ କରୁଛି... ଏକଥା ସେତେବେଳେ ଉଠୁଛି ଯେତେବେ ମୋଦୀଙ୍କ ୩୩ମିନିଟର ଭାଷଣରେ ଗୋଟିଏ ଥର ବି ମମତା ବାନାର୍ଜୀଙ୍କ ନାଁ ଶୁଣିବାକୁ ମିଳିନି, 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯଦି ପଶ୍ଚମବଙ୍ଗରେ ବିଜେପି ସରକାର ଗଠନ ହୁଏ, ତେବେ ରାଜ୍ୟ କିପରି ସ୍ୱାଧୀନତା ପୂର୍ବର ଗୌରବ ଏବଂ ହଜିଯାଇଥିବା ପରିଚୟ ଫେରି ପାଇବ ସେ ଦିଗରେ ଗୁରୁତ୍ବ ଦିଆଯିବ । ସେ ସ୍ପଷ୍ଟ ଭାବରେ ତାଙ୍କର ପ୍ରତିଶ୍ରୁତି, ଯୋଜନାର ଏକ ତାଲିକା ଉପସ୍ଥାପନ କରିବା ସହ ଲୋକମାନଙ୍କୁ ବିକାଶର ଆଶ୍ୱାସନା ଦେଇଛନ୍ତି ।

ବିଜେପିର ସୁଚିନ୍ତିତ ରଣନୀତି
ଏହି ସମ୍ପୂର୍ଣ୍ଣ ଭାଷଣ ସମୟରେ ମମତା ବାନାର୍ଜୀଙ୍କୁ ଅଣଦେଖା କରିବା କେବଳ ଏକ ରାଜନୈତିକ ସଂଯୋଗ ନୁହେଁ ବରଂ ଏକ ସୁଚିନ୍ତିତ ରଣନୀତି । ମମତା ବାନାର୍ଜୀଙ୍କୁ ଗୁରୁତ୍ୱ ଦେବା ପରିବର୍ତ୍ତେ, ବିଜେପି ଏବେ ଟିଏମସିକୁ 'ଦୁର୍ନୀତି ଏବଂ କୁଶାସନ'ର ପ୍ରତୀକ ଭାବରେ ଉପସ୍ଥାପନ କରିବାକୁ ଚାହୁଁଛି । ଅର୍ଥାତ୍, ବଙ୍ଗଳାରେ ଏବେ 'କୁଶାସନ ବନାମ ଆଇନର ଶାସନ' ଏବଂ 'ଦୁର୍ନୀତି ବନାମ ବିକାଶ' ମଧ୍ୟରେ ଲଢ଼େଇ ହେବ । ବିଜେପିର ରଣନୀତିରେ ଏହି ବଡ଼ ପରିବର୍ତ୍ତନ ଦଳର ଶୀର୍ଷ ସ୍ତରରେ ଘଟିଛି ଏବଂ ଆଗାମୀ ଦିନରେ ଦଳର ସମସ୍ତ ନେତାଙ୍କୁ ଏହି ଧାରାରେ ଚାଲିବାକୁ କୁହାଯାଇପାରେ । ବିଜେପି ଏବେ ମମତାଙ୍କୁ ନିଜର ଚେହେରା ଭାବରେ ଗ୍ରହଣ କରିବାକୁ ମନା କରୁଛି ଏବଂ ଜନତାଙ୍କ ସମ୍ମୁଖରେ ଟିଏମସିକୁ ଏକ 'ଦୁର୍ନୀତିଗ୍ରସ୍ତ ଦଳ' ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ଗାପୁରରୁ ବଙ୍ଗଳା ରାଜନୀତି ପାଇଁ ଯେଉଁ ସ୍ୱର ଉଠାଇଛନ୍ତି ତାହା ଆଗାମୀ ବିଧାନସଭା ନିର୍ବାଚନର ଦିଗ ନିର୍ଣ୍ଣୟ କରିପାରେ, ଏବଂ ଏହା ମଧ୍ୟ ସ୍ପଷ୍ଟ ଯେ ଏଥର ଲଢ଼େଇ 'ମମତା ବନାମ ମୋଦି' ନୁହେଁ ବରଂ 'ଟିଏମସି ବନାମ ପରିବର୍ତ୍ତନର' ଲଢ଼େଇ ହେବ...