କନକ ବ୍ୟୁରୋ : ଜୁନ ମାସରେ ଦଳକୁ ମିଳିପାରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଜୁନ ୩୦ ପୂର୍ବରୁ ନୂଆ ନାଁ ଘୋଷଣା ହୋଇପାରେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଭିନ୍ନ ରାଜ୍ୟଗସ୍ତ ସରିବା ପରେ ନୂଆ ଅଧ୍ୟକ୍ଷ କିଏ ହେବେ ଏନେଇ ନାଁ ଘୋଷଣା ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ଜୋର ଧରିଛି
କିଏ ହେବେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ?
ଚଳିତ ମାସରେ ବଡ଼ ଘୋଷଣା
୨୦୨୦ରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେ.ପି ନଡ୍ଡାଙ୍କୁ ଦାୟିତ୍ବ ଦିଆଯାଇଥିଲା
୨୦୨୩ରେ କାର୍ଯ୍ୟକାଳ ସରୁଥିଲେ ବି ୨୦୨୪ ସାଧାରଣ ନିର୍ବାଚନ ପାଇଁ ବଢ଼ାଯାଇଥିଲା
ଆଗକୁ ୫ ରାଜ୍ୟର ବିଧାନସଭା ନିର୍ବାଚନ
ତେଣୁ ଶୀଘ୍ର ନୂଆ ଅଧ୍ୟକ୍ଷଙ୍କ ନାଁରେ ମୋହର ମାରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସବୁଜ ସଙ୍କେତକୁ ଅପେକ୍ଷା
ସୂଚନା ଅନୁସାରେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ରେସରେ ସବୁଠୁ ଆଗରେ ଅଛନ୍ତି ୨ ପ୍ରମୁଖ ଚେହେରା
ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ ସବୁଠୁ ଆଗରେ
ଉଭୟଙ୍କର ରହିଛି ବେଶ୍ ଭଲ ଅନୁଭୂତି, ଅଭିଜ୍ଞତା, ସଂଗଠନରେ ମଜଭୁତ ସ୍ଥିତି, ଦୃଢ଼ ନେତୃତ୍ବ
କେବଳ ସଂଗଠନକୁ ଦୃଷ୍ଟିରେ ରଖି ନୁହେଁ, ବିହାର ଏବଂ ଅନ୍ୟ ୪ ରାଜ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ
ଆରଏସଏସ ସହ ବିଚାରବିମର୍ଶ ଜାରି ରହିଛି ଓ କାହାକୁ ଦିଆଯିବ ଦାୟିତ୍ବ ସେନେଇ ଆଲୋଚନା ଚାଲିଛି