Ramesh Jena Photograph: (Kanak News)
କନକ ବ୍ୟୁରୋ : ଗତକାଲି ରାଜ୍ୟସଭା ପାଇଁ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଧାୟକ ରମେଶ ଜେନା ଯୋଗ ନ ଦେବା ନେଇ ଅନେକ ପ୍ରଶ୍ନ ଉଠିଥିଲା । ରମେଶ ଜେନା ଏବଂ ପିସିସି ସଭାପତି ଭକ୍ତ ଦାସଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିବା ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ଆଜି ସେହି ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଖୋଦ୍ ବିଧାୟକ ରମେଶ ଜେନା ।
ଅଧିକ ପଢ଼ନ୍ତୁ : ରାଜ୍ୟସଭା ନିର୍ବାଚନ, କଂଗ୍ରେସରେ କେଁ; ୩ ପ୍ରାର୍ଥୀ ଦେବ ବିଜେପି, ରୋଚକ ହେବ ଲଢ଼େଇ
ସେ କହିଛନ୍ତି, ଗତକାଲି ମୋର ଏକ ସଭା ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ସେଥିପାଇଁ କାଲି ରାଜ୍ୟସଭା ବୈଠକରେ ଉପସ୍ଥିତ ରହିପାରିଲିନି । ହେଲେ ବି ପହଞ୍ଚିବା ପାଇଁ ଚେଷ୍ଟା କଲି କିନ୍ତୁ ପହଞ୍ଚିପାରିଲିନି । କିନ୍ତୁ ସଭାପତିଙ୍କ ସହ କଥା ହୋଇଥିଲି । ଗଣମାଧ୍ୟମରେ ମୋ ବିଷୟରେ ଯାହା ଚର୍ଚ୍ଚା ହେଉଛି, ତାହା ସମ୍ପୂର୍ଣ୍ଣ ମିଛ । ଆମେ କଂଗ୍ରେସ ଦଳ ଏକ ହୋଇ ଅଛୁ । ଦଳ ଯାହା ନିଷ୍ପତ୍ତି ନେବ, ତାହା ଆମେ କାର୍ଯ୍ୟକାରୀ କରିବୁ । ଦଳ ଯାହାକୁ ପ୍ରାର୍ଥୀ କରିଛି, ତାଙ୍କୁ ଭୋଟ ଦେବାକୁ ବାଧ୍ୟ ।
Follow Us