କନକ ବ୍ୟୁରୋ : ନିର୍ବାଚନ ନାହିଁ, ହେଲେ ଓଡ଼ିଶା ରାଜନୈତିକ ପାଣିପାଗ ପୂରା ଉଷ୍ମ । ମହିଳା ପ୍ରସଙ୍ଗରେ ୩ ଦଳ ପରସ୍ପରକୁ ଘେରିବାକୁ କରୁଛନ୍ତି କସରତ । ଭାବମୂର୍ତ୍ତି ବଢ଼ାଇବାକୁ ଏବେ ମହିଳା କାର୍ଡ ଖେଳୁଛନ୍ତି ଶାସକ-ବିରୋଧୀ । ଯେଉଁଥିରେ ବେଶ୍ ଆଗରେ ରହିଛି କଂଗ୍ରେସ । ଉଭୟ ଦଳ ଓ ମୁଖିଆ ଓଡ଼ିଶାବାସୀଙ୍କ ବିଶ୍ବାସ ଜିତିବାକୁ ମହିଳା ପ୍ରସଙ୍ଗରେ ଦିଲ୍ଲୀରୁ ପଲ୍ଲୀ ଶାସକ ବିଜେପି ବିରୋଧରେ କରୁଛନ୍ତି ଗର୍ଜନ ତର୍ଜନ । ଯାହା ଦଳକୁ ଏବେ ବିରୋଧୀ ଭାବେ ଫ୍ରଣ୍ଟଫୁଟ୍ରେ ରଖିଛି । ଅନ୍ୟପଟେ ଦୀର୍ଘ ବର୍ଷେ ହେବ ସରକାରଙ୍କୁ ଘେରିବାକୁ ପ୍ରସଙ୍ଗ ପାଉନଥିବା ବିଜେଡି ଏବେ ମହିଳା ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ନାକେଦମ୍ କଲାଣି । ଏହା କେବଳ ଦଳର ଭାବମୂର୍ତ୍ତି ସଜାଡିବନି ବରଂ ମହିଳା ଭୋଟବ୍ୟାଙ୍କକୁ ଆହୁରି ବଳ ଦେବ ବୋଲି ନେତା ଆଶାବାଦୀ ।
ବର୍ଷେ ଭିତରେ ଅନେକ ବିବାଦ ଭିତରେ ଛନ୍ଦି ହୋଇଛି ସରକାର । ବିରୋଧୀଙ୍କ ଲଗାତାର କାଉଣ୍ଟର ମୋହନ ସରକାରଙ୍କ ଅଡ଼ୁଆକୁ ବଢ଼ାଇ ଦେଇଛି । ଏଭଳି ସ୍ଥଳେ ସମାନ ମହିଳା ପ୍ରସଙ୍ଗରେ ବିରୋଧୀଙ୍କୁ ଚେକମେଟ୍ ଦେବାକୁ ଅଣ୍ଟା ଭିଡିଛି ଦଳ । ବିଜେପିର ୟଙ୍ଗ୍ ବ୍ରିଗେଡ୍ ନୂଆ ସରକାରର ଭାବମୂର୍ତ୍ତି ସଜାଡ଼ିବାକୁ ଏକଜୁଟ୍ ହୋଇଛନ୍ତି । ପୁରୁଣା ମହିଳା ନିର୍ଯାତନା ପ୍ରସଙ୍ଗ ଉଠାଇ ବିଜେଡିକୁ ଓ ଉଦିତ୍ ପ୍ରଧାନ ପ୍ରସଙ୍ଗରେ କଂଗ୍ରେସକୁ କାଠଗଡ଼ାକୁ ଟାଣୁଛି ବିଜେପି । ଆଗକୁ ପଞ୍ଚାୟତ ନିର୍ବାଚନ । ତୃଣମୂଳସ୍ତରରେ ଲୋକଙ୍କ ବିଶ୍ବାସ ଜିଣିବାକୁ ହେଲେ ୩ ଦଳ ପାଇଁ ଭାବମୂର୍ତ୍ତି ସଜାଡିବା ବେଶ ଗୁରୁତ୍ବପୂର୍ଣ୍ଣ । ନଚେତ ପଞ୍ଚାୟତ ପରୀକ୍ଷାରେ ପାସ୍ କରିବା ସହଜ ହେବନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/23/gffd-2025-07-23-19-29-16.png)