କନକ ବ୍ୟୁରୋ : ଲୋକସେବା ଭବନରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର କର୍ମଶାଳା । କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗରେ ଆୟୋଜିତ କର୍ମଶାଳାରେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଲୋକସେବା ଭବନର ଉଭୟ ମହିଳା ଓ ପୁରୁଷ କର୍ମଚାରୀ ଭାଗ ନେଇଛନ୍ତି । କର୍ମସ୍ଥଳୀରେ ମହିଳାଙ୍କ ନିରାପତ୍ତା ସରକାରଙ୍କ ପ୍ରାଥମିକତା ବୋଲି ସ୍ପଷ୍ଟ କରିଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ
ଯୌନ ଉତ୍ପୀଡ଼ନ ବିରୋଧରେ ସମସ୍ତେ ସ୍ୱର ଉଠାନ୍ତୁ
କର୍ମକ୍ଷେତ୍ରରେ ଝିଅ-ପୁଅ ମଧ୍ୟରେ ପାତରଅନ୍ତର କରନ୍ତୁ ନାହିଁ
ମନ୍ଦ ଉଦ୍ଦେଶ୍ୟରେ ସ୍ପର୍ଶ ବିରୋଧରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରନ୍ତୁ
ପୁଅମାନେ ମଧ୍ୟ ଯୌନ ଶୋଷଣର ଶିକାର ହେଉଥିବା ଚିଠି ମିଳିଛି
ଯୌନ ଉତ୍ପୀଡ଼ନ ଅଭିଯୋଗ ଭୁଲ ପ୍ରମାଣିତ ହେଲେ ସମ୍ମାନ ହାନି ହେଉଛି
ତେଣୁ କ୍ଷମତାର ଅପବ୍ୟବହାର କରି ମିଛ ଅଭିଯୋଗ କରନ୍ତୁ ନାହିଁ
ମିଛ ଅଭିଯୋଗ ଆଣିଥିବା ପ୍ରମାଣିତ ହେଲେ ଦଣ୍ଡ ପାଇବେ
ନାରୀ ସୁରକ୍ଷା ପାଇଁ ଆଉ ପାଦେ ଆଗେଇଲା କଂଗ୍ରେସ
ମହିଳା ସୁରକ୍ଷା ପ୍ରସଙ୍ଗରେ ସରକାର ବିରୋଧୀ ଆନ୍ଦୋଳନ ପରେ, ଏକ ନିଆରା ପଦକ୍ଷେପ ନେଇଛି ରାଜ୍ୟ କଂଗ୍ରେସ। ଦଳ ପକ୍ଷରୁ ଗଠନ ହୋଇଛି ‘ନାରୀ ନ୍ୟାୟ ବାହିନୀ’ । ଏପରିକି ଅବହେଳିତଙ୍କ ସହାୟତା ପାଇଁ ଉନ୍ମୋଚନ ହୋଇଛି ସ୍ୱତନ୍ତ୍ର ‘ନାରୀ ନ୍ୟାୟ ବାହିନୀ’ ପୋର୍ଟାଲ । ଖୁବ୍ଶୀଘ୍ର ଆସିବ ଆପ୍ । ଯୌନ ନିର୍ଯାତନାର ଶିକାର ହେଉଥିବା ନାରୀ ସିଧାସଳଖ ସଂଗଠନ ସହ ଯୋଡ଼ିହେବେ । ଗ୍ରାମାଞ୍ଚଳରେ ନିଜ ଅଧିକାର ସଂପର୍କରେ ଜାଣିପାରୁନଥିବା ମହିଳାଙ୍କୁ ଶିକ୍ଷିତ କରିବ ।
ଅବହେଳିତଙ୍କ ସ୍ୱର ପାଲଟିବ କଂଗ୍ରେସ
ନାରୀଙ୍କ ଅଧିକାର ପାଇଁ ଲଢ଼ିବ ‘ନାରୀ ନ୍ୟାୟ ବାହିନୀ’
ଅଧିକରୁ ଅଧିକ ମହିଳାଙ୍କୁ ଯୋଡ଼ିବା ପାଇଁ ପ୍ରୟାସ କରାଯିବ
ନାରୀ ନିର୍ଯାତନା ବଢ଼ୁଛି, ସରକାର ଉଦାସୀନ
ପ୍ରତି ଜିଲ୍ଲାରେ ମହିଳାଙ୍କୁ ନେଇ ଆୟୋଜନ ହେବ କର୍ମଶାଳା
ଗୋଟିଏ ପଟେ ସରକାରଙ୍କ କର୍ମଶାଳା, ଅନ୍ୟପଟେ କଂଗ୍ରେସ କରିବ କର୍ମଶାଳା । ମହିଳା ସୁରକ୍ଷା ପରି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର କୌଣସି ତ୍ରୁଟି କରିବାକୁ ଚାହୁନାହାନ୍ତି, ବିରୋଧୀ ମଧ୍ୟ ସରକାରଙ୍କୁ ଘେରିବା ପାଇଁ କୌଣସି ମଉକା ହତଛଡ଼ା କରୁନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/23/nari-2025-07-23-19-20-36.jpg)