କନକ ବ୍ୟୁରୋ : ରାଜ୍ୟରେ ମୋହନ ସରକାରର ବର୍ଷପୂର୍ତ୍ତି ଉତ୍ସବର ଆଜି ଦ୍ବିତୀୟ ଦିନ । ଆଜି ବର୍ଷକର ସଫଳତାର ବହି ଉନ୍ମୋଚନ ହେବ । ବର୍ଷକ ଭିତରେ ରାଜ୍ୟ ସରକାର କେଉଁ କେଉଁ ଉପଲବ୍ଧି ହାସଲ କରିଛନ୍ତି, କ’ଣ କ’ଣ ବଡ଼ ବଡ଼ ପଦକ୍ଷେପ ନେଇଛନ୍ତି, ଏଥିରେ ଉଲ୍ଳେଖ କରାଯିବ । ସୁଭଦ୍ରା ଯୋଜନା, ଏମଏସପି ବୃଦ୍ଧି, ରତ୍ନଭଣ୍ଡାର ଖୋଲିବା ପରି ସଫଳତା କଥା ରାଜ୍ୟ ସରକାର ବଖାଣିପାରନ୍ତି । ଆଜି ପୁସ୍ତିକା ଉନ୍ମୋଚନ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଗତକାଲି ପ୍ରଥମ ଦିନରେ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହିଭଳି କାର୍ଯ୍ୟକ୍ରମ ଜୁନ୍ ୨୧ ପର୍ଯ୍ୟନ୍ତ ୧୧ଦିନ ଧରି ଚାଲିବ । ବିଭିନ୍ନ ସ୍ଥାନରେ ସଭା, ସମାବେଶ ସମ୍ମିଳନୀ କରି ସରକାରଙ୍କ ବର୍ଷକରେ ପାଇଥିବା ସଫଳତାକୁ ଜଣାଇବେ ବଡ଼ ବଡ଼ ମନ୍ତ୍ରୀ । ଜୁନ ୨୦ ତାରିଖରେ ଜନତା ମଇଦାନରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ । ଏଥିରେ ସାମିଲ ହେବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ମୋହନ ସରକାରଙ୍କ ବର୍ଷପୂର୍ତ୍ତି ଉତ୍ସବର ଆଜି ଦ୍ବିତୀୟ ଦିନ : ବର୍ଷକର ସଫଳତାର ବହି ଉନ୍ମୋଚନ ସହ ସାମ୍ବାଦିକ ସମ୍ମିଳନୀ କରିବେ ମୁଖ୍ୟମନ୍ତ୍ରୀ
ସୁଭଦ୍ରା ଯୋଜନା, ଏମଏସପି ବୃଦ୍ଧି, ରତ୍ନଭଣ୍ଡାର ଖୋଲିବା ପରି ସଫଳତା କଥା ରାଜ୍ୟ ସରକାର ବଖାଣିପାରନ୍ତି । ଆଜି ପୁସ୍ତିକା ଉନ୍ମୋଚନ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି ।
/kanak/media/media_files/2025/06/09/By9g5483MwzqGXwhDf3H.jpg)