କନକ ବ୍ୟୁରୋ : ଆଜି କମ୍ପିବ ରାଜଧାନୀ ଭୁବନେଶ୍ବର । ରାଜ୍ୟ ସରକାର ପାଳିବେ ସମ୍ବିଧାନ ହତ୍ୟା ଦିବସ । ୧୯୭୫ ମସିହାରେ ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷକୁ ମନେପକାଇ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡିକରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ । ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ଏଥିରେ ସାମିଲ ହେବେ ।
ସରକାରଙ୍କ ପକ୍ଷରୁ ସଚେତନତା ଶୋଭାଯାତ୍ରା ସହିତ ବିତର୍କ, କର୍ମଶାଳା ଓ ବକ୍ତୃତା ଆୟୋଜନା ହେବ । ଅନଲାଇନ, ଅଫଲାଇନରେ ପ୍ୟାନେଲ ଆଲୋଚନା ହେବ । ରେଳ ଅଡିଟୋରିୟମରେ ବି ରାଜ୍ୟସ୍ତରୀୟ ଉତ୍ସବ ହେବ । ସେପଟେ ସରକାରଙ୍କ ସମ୍ବିଧାନ ହତ୍ୟା ଦିବସକୁ କାଉଣ୍ଟର କରିବାକୁ ପ୍ରସ୍ତୁତ ବିଜେଡି ଓ କଂଗ୍ରେସ । ଆଜି ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜେଡି କରିବ ଛାତ୍ର ଧର୍ମଘଟ । ମହିଳାମାନେ ରାଜ୍ୟରେ ଅସୁରକ୍ଷିତ ହୋଇପଡୁଥିବା ଅଭିଯୋଗରେ କଳାବ୍ୟାଜ ପିନ୍ଧି ଆନ୍ଦୋଳନ କରିବ ଯୁବ ଓ ଛାତ୍ର ବିଜେଡି । ସେହିପରି ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ କଂଗ୍ରେସ ସଜବାଜ ହେଉଛି ।