କଠୋର ହେଲେ ସରକାର : ନାରୀ ସୁରକ୍ଷାକୁ ଗୁରୁତ୍ବ, ଅବହେଳା କଲେ ଦାୟୀ ରହିବେ ଅନୁଷ୍ଠାନ ମୁଖ୍ୟ

Advertisment

ଚୋର ଗଲା ପରେ ଯେମିତି ପୁଲିସ ଆସେ, ଠିକ୍ ସେହିଭଳି ଛାତ୍ରୀଙ୍କ ମୃତ୍ୟୁ ପରେ ସମସ୍ତେ ଚେତିଛନ୍ତି । ପ୍ରଶାସନ ଠାରୁ ସରକାର, କଲେଜ ଠାରୁ ସ୍କୁଲ । ସମସ୍ତେ ତତ୍ପର, ସମସ୍ତେ ନାରୀ ସୁରକ୍ଷା ପାଇଁ ଆଗଭର । ଯାହାର ପ୍ରମାଣ ଏହି ବିଭାଗୀୟ ଚିଠି । ମୁଖ୍ୟ ଶାସନ ସଚିବ ଚିଠି ଲେଖି ଚେତାଇଛନ୍ତି । 

ଚୋର ଗଲା ପରେ ଯେମିତି ପୁଲିସ ଆସେ, ଠିକ୍ ସେହିଭଳି ଛାତ୍ରୀଙ୍କ ମୃତ୍ୟୁ ପରେ ସମସ୍ତେ ଚେତିଛନ୍ତି । ପ୍ରଶାସନ ଠାରୁ ସରକାର, କଲେଜ ଠାରୁ ସ୍କୁଲ । ସମସ୍ତେ ତତ୍ପର, ସମସ୍ତେ ନାରୀ ସୁରକ୍ଷା ପାଇଁ ଆଗଭର । ଯାହାର ପ୍ରମାଣ ଏହି ବିଭାଗୀୟ ଚିଠି । ମୁଖ୍ୟ ଶାସନ ସଚିବ ଚିଠି ଲେଖି ଚେତାଇଛନ୍ତି । 

Sarakar

Photograph: (kanaknews)

କନକ ବ୍ୟୁରୋ : ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଉଠୁଛି ପଡୁଛି ଓଡ଼ିଶା । ବିଧି ବ୍ୟବସ୍ଥାକୁ ନେଇ ପୁଳାପୁଳା ପ୍ରଶ୍ନ ସବୁ ମହଲରେ ଉଙ୍କି ମାରୁଛି । ସବୁ ଅନୁଷ୍ଠାନରେ ମହିଳା ସୁରକ୍ଷା କେବଳ ନାରା ଓ କାଗଜ କଲମରେ ସୀମିତ । ନହେଲେ ଏଫ୍ଏମ୍ କଲେଜ ଭଳି ଅଘଟଣର ସାକ୍ଷୀ ସାଜିନଥାନ୍ତା ଓଡ଼ିଶା । ଚୋର ଗଲା ପରେ ଯେମିତି ପୁଲିସ ଆସେ, ଠିକ୍ ସେହିଭଳି ଛାତ୍ରୀଙ୍କ ମୃତ୍ୟୁ ପରେ ସମସ୍ତେ ଚେତିଛନ୍ତି । ପ୍ରଶାସନ ଠାରୁ ସରକାର, କଲେଜ ଠାରୁ ସ୍କୁଲ । ସମସ୍ତେ ତତ୍ପର, ସମସ୍ତେ ନାରୀ ସୁରକ୍ଷା ପାଇଁ ଆଗଭର । ଯାହାର ପ୍ରମାଣ ଏହି ବିଭାଗୀୟ ଚିଠି । ମୁଖ୍ୟ ଶାସନ ସଚିବ ଚିଠି ଲେଖି ଚେତାଇଛନ୍ତି । 
କର୍ମକ୍ଷେତ୍ରରେ ମହିଳା ଯୌନ ନିର୍ଯାତନା ନିବାରଣ ଆଇନ କଡ଼ାକଡ଼ି ଲାଗୁ କରାଯିବ 
ମହିଳାଙ୍କ ପାଇଁ ସୁରକ୍ଷିତ, ସମ୍ମାନଜନକ, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ଉପରେ ଜୋର୍‌
ବିଭିନ୍ନ ଅନୁଷ୍ଠାନରେ ଗଠନ କରାଯିବ ଆଇସିସି
ଅଭିଯୋଗକୁ ଗ୍ରହଣ ସହ ତୁରନ୍ତ ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବ କମିଟି
ଅଭିଯୋଗକୁ ଅବହେଳା କରାଗଲେ ଦାୟୀ ରହିବେ ଅନୁଷ୍ଠାନ ମୁଖ୍ୟ 
ଆଇନକୁ ଗତିଶୀଳ କରିବାକୁ ୬ ମାସ ଯାଏଁ ମାସିକ ବସିବ ଆଇସିସି ବୈଠକ
୨୦୧୩ରୁ ଏହି ନିୟମ ରହିଥିଲେ ମଧ୍ୟ ବିଭିନ୍ନ ଅନୁଷ୍ଠାନରେ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହେଉନଥିଲା । କିଛି ବାବୁଙ୍କର ଖାମଖିଆଲି ମନୋଭାବ ଯୋଗୁଁ ମହିଳା ସୁରକ୍ଷା କେବଳ ସ୍ଲୋଗାନରେ ସୀମିତ ରହିଥିଲା । କଡ଼ାକଡ଼ି ଆଇନ ପାଳନ ପାଇଁ ସରକାର ନିର୍ଦ୍ଦେଶ ଦେଲେ। ତେବେ ଏହା କାର୍ଯ୍ୟକାରୀ ହେଉଛି କି ନାହିଁ ଉପରିସ୍ଥ ଅଧିକାରୀ, ସଚିବ, ପ୍ରମୁଖ ସଚିବ ଜିଲ୍ଲା ଗସ୍ତରେ ଯାଇ ଏହାର ଅନୁଧ୍ୟାନ କରିବେ। କେଉଁଠି କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହାର ରିପୋର୍ଟ ୧୫ ଦିନରେ ମହିଳା ଓ ଶିଶୁ ବିକାଶକୁ ପ୍ରଦାନ କରିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe