କନକ ବ୍ୟୁରୋ : ଦୁଇ ଦଶନ୍ଧିର ପ୍ରତିଦ୍ୱନ୍ଦ୍ୱିତା ପରେ, ଉଦ୍ଧବ ଠାକରେ ଏବଂ ରାଜ ଠାକରେଙ୍କ ପୁନର୍ମିଳନ ଘଟିଥିଲା କିନ୍ତୁ ସେମାନଙ୍କର ମେଣ୍ଟ ବେଷ୍ଟ କ୍ରେଡିଟ ସୋସାଇଟି ନିର୍ବାଚନରେ ବିଫଳ ହୋଇଛି । ୨୧ଟି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଶିବସେନା ୟୁବିଟି ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା ଗୋଟିଏ ମଧ୍ୟ ଆସନ ଜିତି ପାରିନାହାନ୍ତି ।
ଶଶାଙ୍କ ରାଓଙ୍କ ପ୍ୟାନେଲ ୧୪ଟି ଆସନ ଏବଂ ମହାୟୁତି ପ୍ୟାନେଲ ୭ଟି ଆସନ ଜିତିଛି । ଏହି ପରାଜୟ ଆଗାମୀ ବିଏମ୍ସି ନିର୍ବାଚନ ପୂର୍ବରୁ ଠାକରେ ଭାଇଙ୍କ ପାଇଁ ବଡ଼ ଝଟକା ଭାବେ ଦେଖାଯାଉଛି । ଏହା ସୂଚାଇଛି ଯେ ଠାକରେ ବ୍ରାଣ୍ଡର ପ୍ରଭାବ ମୁମ୍ବାଇରେ ସେମିତି ନାହିଁ । ବିଜେପି ନେତା ପ୍ରସାଦ ଲାଡ ଏହାକୁ ‘ଠାକ୍ରେ ବ୍ରାଣ୍ଡର ବିଫଳତା’ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/21/thackeray-brothers-2025-08-21-20-46-00.jpg)