କନକ ବ୍ୟୁରୋ: ବିଜେଡିକୁ ବାଏ ବାଏ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ । ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ବ୍ୟକ୍ତିଗତ କାରଣ ଦର୍ଶାଇ ସୁନୀତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ବଡ଼କଥା ହେଉଛି ସୁନୀତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ । ସେ ୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ ଆଉ ପାଖାପାଖି ୨ ଲକ୍ଷ ୭୭ ହଜାର ଭୋଟ୍ ମଧ୍ୟ ପାଇଥିଲେ ।
୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସେ କଂଗ୍ରେସ ଦଳକୁ ଯାଉଥିବା ଚର୍ଚ୍ଚା ହୋଇଥିଲା । ପରେ କିନ୍ତୁ ଶ୍ରୀମତୀ ବିଶ୍ବାଳ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । କହିଥିଲେ ଯେ, ବିଜେଡି ଯେଉଁ ଦାୟିତ୍ବ ଦେବ ତାହାକୁ ସେ ସୂଚାରୁ ରୂପେ ନିର୍ବାହ କରିବେ । ଏବେ ସୁନୀତାଙ୍କ ଇସ୍ତଫା ଦଳକୁ କେତେ କ୍ଷତି ପହଞ୍ଚାଇବ ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ ।