‘ବୋକା ବିହାରୀ’ ବୋଲି ଡାକୁଥିଲେ ସହପାଠୀ; ଏବେ ଭାରତର ଯୁବ ବିଧାୟିକା

ମୈଥିଲିଙ୍କୁ ଅନେକ ରିଜେକ୍ସନ୍, ଚ୍ୟାଲେଞ୍ଜ ଏବଂ କଷ୍ଟଦାୟକ ଅନୁଭବର ମଧ୍ୟ ସାମନା କରିବାକୁ ପଡ଼ିଥିଲା । ଖାଲି ଏତିକି ନୁହେଁ ସେ ଯେତେବେଳେ ସ୍କୁଲରେ ଥିଲେ ତାଙ୍କ କ୍ଲାସମେଟ୍ ତାଙ୍କୁ ‘ବୋକା ବିହାରୀ’ ବୋଲି ସମ୍ବୋଧନ କରି ମଜା ଉଡ଼ାଉଥିଲେ ।

Maithili Thakur

Maithili Thakur Photograph: (Kanak News)

କନକ ବ୍ୟୁରୋ : ବୟସ ମାତ୍ର ୨୫ ବର୍ଷ, ଏତେ କମ୍ ବୟସରେ ବିହାର ବିଧାନସଭାର ସବୁଠାରୁ କମ୍ ବୟସ୍କ ବିଧାୟିକା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଲୋକ ଗାୟିକା ମୈଥିଲି ଠାକୁର । ଅଲ୍ଲିନଗର ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ନା ସେ କେବଳ ଜିତ୍ ହାସଲ କରିଛନ୍ତି ବରଂ ୧୭ ବର୍ଷ ପରେ ଦଳକୁ ସେହି ଅଞ୍ଚଳରେ ଜିତାଇଥିଲେ । ତେବେ ତାଙ୍କର ଏହି ଯାତ୍ରା ସହଜ ନଥିଲା । ଏଠାକୁ ପହଞ୍ଚିବା ପାଇଁ ମୈଥିଲିଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା ।

ଅଧିକ ପଢ଼ନ୍ତୁ : ରିୟଲଟି ମଞ୍ଚରୁ ରାଜନୀତି; ମନ ଜିତିଲେ ମୈଥିଳୀ ଠାକୁର

ମୈଥିଲିଙ୍କୁ ଅନେକ ରିଜେକ୍ସନ୍, ଚ୍ୟାଲେଞ୍ଜ ଏବଂ କଷ୍ଟଦାୟକ ଅନୁଭବର ମଧ୍ୟ ସାମନା କରିବାକୁ ପଡ଼ିଥିଲା । ଖାଲି ଏତିକି ନୁହେଁ ସେ ଯେତେବେଳେ ସ୍କୁଲରେ ଥିଲେ ତାଙ୍କ କ୍ଲାସମେଟ୍ ତାଙ୍କୁ ‘ବୋକା ବିହାରୀ’ ବୋଲି ସମ୍ବୋଧନ କରି ମଜା ଉଡ଼ାଉଥିଲେ । ଏହାଛଡ଼ା ୧୦ ବର୍ଷ ଭିତରେ ସେ ୧୭ ଥର ଘର ପରିବର୍ତ୍ତନ କରିଥିଲେ କାରଣ ତାଙ୍କ ପଡ଼ୋଶୀ ମୈଥିଲିଙ୍କ ପରିବାରକୁ ବହୁତ ହଇରାଣ କରୁଥିଲେ । ଏକ ସାକ୍ଷାତକାରରେ ସେ କହିଥିଲେ , ‘‘ମୁଁ ସାରେଗାମାପା ଲିଟିଲ୍ ଚ୍ୟାମ୍ପ୍ସରେ ଭାଗ ନେଇଥିଲି । ଯେହେତୁ କେବଳ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ମୋର ଦୁର୍ବଳତା ଥିଲା ତେଣୁ ରିଜେକ୍ଟ ହୋଇଯାଇଥିଲି ଏବଂ ସେତେବେଳେ ବହୁତ କାନ୍ଦୁଥିଲି । ଯେତେବେଳେ ରିଜେକ୍ସନ୍ ସହିବା ମୋ ପ୍ରତି କଷ୍ଟକର ହୋଇପଡ଼ିଥିଲା ସେତେବେଳେ ନିଜକୁ ନିଜେ କହିଲି ଯେ ଏବେ ବଲିଉଡ୍ ଗୀତ ଗାଇବାକୁ ପଡ଼ିବ । ତା’ପରେ ୨୦୧୫ ରେ ଇଣ୍ଡିଆନ୍ ଆଇଡଲ୍ ଅଡିସନରେ ପୁଣିଥରେ ମଉକା ମିଳିଲା କିନ୍ତୁ ବାପା ଚାହୁଥିଲେ ମୁଁ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ସମର୍ପିତ ରୁହେ । ଏହି କାରଣରୁ ସେତେବେଳେ ବି ହାତକୁ ଆସିଥିବା ସୁଯୋଗ ଚାଲିଯାଇଥିଲା । ଅସଫଳତା ଏତେ ଗଭୀର ପ୍ରଭାବ ପକାଇଥିଲା ଯେ ସଙ୍ଗୀତ ଛାଡ଼ିବାକୁ ଚିନ୍ତା କରିଥିଲି ଏବଂ ଗୀତ ଛାଡ଼ି ୟୁପିଏସସି ପାଇଁ ପ୍ରସ୍ତୁତି କରିବାକୁ ଚାହୁଥିଲି ।’’

ମୈଥିଲିଙ୍କ ସଂଘର୍ଷର କାହାଣୀ କେବଳ ମଞ୍ଚ ପର୍ଯ୍ୟନ୍ତ ସୀମିତ ନଥିଲା । ସେ ସ୍କୁଲରେ ବି ଅନେକ ସମସ୍ୟାର ସମ୍ମୁଖିନ ହେଉଥିଲେ । ନିଜର ଦକ୍ଷତା କାରଣରୁ ମାଗଣାରେ ସ୍କୁଲରେ ପାଠ ପଢୁଥିବା ମୈଥିଲି ସମ୍ଭ୍ରାନ୍ତଶ୍ରେଣୀର ପିଲାଙ୍କ ଗହଣରେ ପାଠ ପଢୁଥିଲେ । ନିଜ ସହପାଠୀଙ୍କୁ ସେ ଭୟ କରୁଥିଲେ କାରଣ ସେମାନେ ମୈଥିଲିଙ୍କୁ ଅନେକ ନାଁରେ ଡାକି କମେଣ୍ଟ୍ କରୁଥିଲେ । ଲୋକଙ୍କୁ ମୈଥିଲିଙ୍କ ଗୀତଅଭ୍ୟାସ ବିରକ୍ତ ଲାଗୁଥିଲା ତେଣୁ ସେ ସବୁବେଳେ ଅଭିଯୋଗ କରିଆସୁଥିଲେ । ବିହାରରୁ ବାହାରି ସେ ୨୦୧୭ ରେ ଦିଲ୍ଲୀର ଦ୍ବାରକାରେ ଗୋଟିଏ ଘର କିଣିଥିଲେ ଏବଂ ୨୦୨୦ ରେ ବଡ଼ ଆପାର୍ଟମେଣ୍ଟରେ ରହିବାକୁ ଲାଗିଲେ, ଯାହାକୁ ସେମାନେ ପରେ ସାଉଣ୍ଡପ୍ରୁଫ୍ କଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe