କନକ ବ୍ୟୁରୋ: ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁକୁ ନେଇ ଉଠୁଛିପଡୁଛି ରାଜ୍ୟ । ଆଜି ରାତି ସୁଦ୍ଧା ସରକାର କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ପରିବହନ ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଅଛନ୍ତି । ସନ୍ଧ୍ୟାରେ ବଡ଼ ନିଷ୍ପତ୍ତି ନେଇ ଇଙ୍ଗିତ କରିଥିଲେ ରାଜସ୍ବ ମନ୍ତ୍ରୀ । ବାଲେଶ୍ବର ଘଟଣାକୁ ନେଇ ଚାଲିଛି ଆଲୋଚନା । 

Advertisment

ପଞ୍ଚଭୂତରେ ବିଲୀନ ହୋଇଛନ୍ତି ସୌମ୍ୟାଶ୍ରୀ ବିଶି । ସ୍ୱର୍ଗରେ ରହି କିନ୍ତୁ ସେ ନ୍ୟାୟ ମାଗୁଛନ୍ତି । ସୌମ୍ୟାଶ୍ରୀଙ୍କ ଘଟଣା ବ୍ୟବସ୍ଥାଗତ ତ୍ରୁଟି ଉପରେ ପ୍ରଶ୍ନ ଉଠାଇଛି । କେଉଁଠି ରହିଲା ତ୍ରୁଟି ସେ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଛି । ପ୍ରଥମ ସନ୍ଦେହ ଘେରକୁ ଆସିଛି ଆଇସିସିଙ୍କ ଭୂମିକା ।କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)ର ତଦନ୍ତକୁ ନେଇ ପ୍ରଶ୍ନ ଉଠୁଛି । ଆଇସିସି ଅଧ୍ୟାପକଙ୍କ ସପକ୍ଷରେ ଏକପାଖିଆ ରିପୋର୍ଟ ପ୍ରସ୍ତୁତ କରିଥିଲା ବୋଲି ଅଭିଯୋଗ ଆସିଛି । ତେଣୁ ଆଇସିସିର ସଦସ୍ୟଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିସାରିଛନ୍ତି ମୃତ ସୌମ୍ୟାଶ୍ରୀଙ୍କ ବାପା । ସେହିଭଳି ସନ୍ଦେହ ଘେରକୁ ଆସିଛି କଲେଜ ଅଧ୍ୟକ୍ଷଙ୍କ ଭୂମିକା ।