କନକ ବ୍ୟୁରୋ : ବିଜେଡିର ପୂର୍ବ ସମ୍ବଲପୁର ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ସଂଗଠନ ସମ୍ବଲପୁର ସଂଗ୍ରାମ ସମିତି ଏବେ ସମ୍ବଲପୁର ବିଜେଡିକୁ ଅଡ଼ୁଆରେ ପକାଇଛି । ଗତ ୨୦୨୪ ନିର୍ବାଚନରେ ଦଳ ସମ୍ବଲପୁରରେ ପରାଜିତ ହୋଇଥିବା ବେଳେ ଏବେ ସଂଗଠନରେ ବଡ଼ ବଡ଼ ନେତାଙ୍କ ମଧ୍ୟରେ ପଡ଼ୁନି । ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ସିଦ୍ଧାର୍ଥ ଦାସଙ୍କୁ ଦଳ କୌଣସି ଦାୟିତ୍ୱ ଦେଇନଥିବାରୁ ଲୋକଙ୍କ ସ୍ୱର ଉଠାଇବା ପାଇଁ ସେ ସମ୍ବଲପୁର ସଂଗ୍ରାମ ସମିତି ଗଠନ କରିଥିବା କହିଛନ୍ତି । ବର୍ତ୍ତମାନର ଜିଲ୍ଲା ସଭାପତି ରୋହିତ ପୂଜାରୀଙ୍କୁ ନେଇ ପରୋକ୍ଷରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସିଦ୍ଧାର୍ଥ । ଏପଟେ ଜିଲ୍ଲା ସଭାପତି ରୋହିତ ପୂଜାରୀ ପାଲଟା ପ୍ରଶ୍ନ କରିଛନ୍ତି ।
ଏପଟେ ଯୁବ ଚେହେରା ସଞ୍ଜିତ ମହାନ୍ତିଙ୍କର ଆଉ ଏକ ଗୋଷ୍ଠୀ । ବିଜେଡିର ସାଧାରଣ ସମ୍ପାଦକ ଯୁବ ବ୍ୟାପାର ଦାୟିତ୍ୱରେ ଥିବା ସଞ୍ଜିତ ନିଜର ସଂଗଠନ କରି ସ୍ଥିତି ଜାହିର କରୁଛନ୍ତି । ସ୍ଥିତି ଏମିତି ହେଲାଣି ଯେ ନିଜ ଦଳର ନେତାଙ୍କୁ ଖୋଲାଖୋଲି ଟାର୍ଗେଟ କରୁଛନ୍ତି ବିଜେଡି ନେତା । ଆଗାମୀ ଦିନରେ ମହାନଗର ନିଗମ ନିର୍ବାଚନ ହେବ । ଏଭଳି ସ୍ଥିତିରେ ବିଜେଡି ଶାସକ ଦଳର କେମିତି ମୁକାବିଲା କରିବ ଇଏ ବଡ଼ ପ୍ରଶ୍ନ ।