Waqf Bill : ଜଣାପଡ଼ିଲା ସତ : ୱାକଫ୍‌ ବିଲ୍‌ ସମର୍ଥନରେ ବିଜେଡିର ୫ ସାଂସଦ ଦେଇଥିଲେ ଭୋଟ୍‌

ରାଜ୍ୟସଭାର ‘ଅଫିସିଆଲ୍‌ ଭର୍ସନ ଅଫ୍‌ ଡିବେଟ୍ସ'ରେ ଏହା ସ୍ପଷ୍ଟ କରାଯାଇଛି । ୱାକଫ୍(ସଂଶୋଧନ) ବିଲ୍‌କୁ ବିଜେଡିର ୫ ଜଣ ସାଂସଦ ସମର୍ଥନ କରି ଭୋଟ୍‌ ଦେଇଥିଲେ । ସସ୍ମିତ ପାତ୍ର, ସୁଲତା ଦେଓ, ନିରଞ୍ଜନ ବିଶି, ଶୁଭାଶିଷ ଖୁଣ୍ଟିଆ ଓ ମାନସ ରଞ୍ଜନ ମଙ୍ଗରାଜ ବିଲ୍‌ ସମର୍ଥନରେ ଭୋଟ୍‌ ଦେଇଥିଲେ

waqf-bill

waqf-bill Photograph: (Kanak News)

କନକ ବ୍ୟୁରୋ : ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ ୫ ବିଜେଡି ସାଂସଦ । ଗତ ଏପ୍ରିଲ୍‌ ମାସରେ ୱାକଫ୍‌ ବିଲ୍‌କୁ ନେଇ ବିଜେଡିରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ବିଲ୍‌କୁ ବିରୋଧ କରିବ ବୋଲି ଆରମ୍ଭରୁ କହି ଆସୁଥିବା ବିଜେଡି ଶେଷ ମୁହୂର୍ତ୍ତରେ ପଲଟିଯାଇଥିଲା । ସାଂସଦମାନଙ୍କ ବିବେକ ଉପରକୁ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା । ବିଲ୍‌ ସପକ୍ଷରେ କିଏ ଓ ବିପକ୍ଷରେ କିଏ ଭୋଟ୍‌ ଦେଇଥିଲେ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନଥିଲା ।

ରାଜ୍ୟସଭାର ‘ଅଫିସିଆଲ୍‌ ଭର୍ସନ ଅଫ୍‌ ଡିବେଟ୍ସ'ରେ ଏହା ସ୍ପଷ୍ଟ କରାଯାଇଛି । ୱାକଫ୍(ସଂଶୋଧନ) ବିଲ୍‌କୁ ବିଜେଡିର ୫ ଜଣ ସାଂସଦ ସମର୍ଥନ କରି ଭୋଟ୍‌ ଦେଇଥିଲେ । ସସ୍ମିତ ପାତ୍ର, ସୁଲତା ଦେଓ, ନିରଞ୍ଜନ ବିଶି, ଶୁଭାଶିଷ ଖୁଣ୍ଟିଆ ଓ ମାନସ ରଞ୍ଜନ ମଙ୍ଗରାଜ ବିଲ୍‌ ସମର୍ଥନରେ ଭୋଟ୍‌ ଦେଇଥିଲେ । ଏକମାତ୍ର ସାଂସଦ ମୁନା ଖାନ୍‌ ବିଲ୍‌ ବିରୋଧରେ ଭୋଟଡ୍‌ ଦେଇଥିଲେ । ଚଳିତ ମାସ ୨୧ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହି ତଥ୍ୟ ପ୍ରକାଶ ପାଇଛି । ତେଣୁ ଏଥର ବିଜେଡିର ଆଭିମୁଖ୍ୟ କ'ଣ ରହିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe