Rajya Sabha Election Photograph: (Kanak News)
କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନକୁ ନେଇ ୩ ଦଳ କମର କସିଲେଣି । ସଂଖ୍ୟା ନଥାଇ ମଧ୍ୟ ରାଜ୍ୟସଭା ମୈଦାନକୁ ଓହ୍ଲାଇବାକୁ କଂଗ୍ରେସ ମନ ବଳାଇଛି । ଅନ୍ୟପଟେ ସଂଖ୍ୟା ନଥିବା ଜାଣିବା ପରେ ବି ବିଜେପି ଓ ବିଜେଡି ଚତୁର୍ଥ ଆସନ ହାତେଇବା ପାଇଁ ଦମ୍ଭ ଦେଖାଉଛନ୍ତି । ଭିତିରି ରଣନୀତି ଭିତରେ ନବୀନଙ୍କ କୋର୍ଟଙ୍କୁ ଭକ୍ତ ଫିଙ୍ଗିଥିବା ଗୁଗଲି ସେତେଟା ପ୍ରଭାବୀ ହୋଇନି । ଅନ୍ୟପଟେ ନବୀନଙ୍କ ନୀରବତା ରାଜ୍ୟସଭା ନିର୍ବାଚନକୁ ଆହୁରି ରୋଚକ କଲାଣି ।
ରାଜ୍ୟସଭା ନିର୍ବାଚନ ନେଇ ସସପେନ୍ସ ବଢିଲାଣି । କିଏ ହେବ ଦଳୀୟ ପ୍ରାର୍ଥୀ, ଚତୁର୍ଥ ଆସନର ଚେହେରା କିଏ ? କାହାକୁ କିଏ ଦେବ ସମର୍ଥନ? କିଛି ଏଭଳି ଅଛିଣ୍ଡା ପ୍ରଶ୍ନ ରାଜ୍ୟସଭା ନିର୍ବାଚନ ଚାରିପାଖେ ଘୁରିବୁଲୁଛି । ଏହା ଭିତରେ ଭକ୍ତ ପକାଇଥିବା ଗୁଗଲିକୁ ଅତି ସର୍ତକତାର ସହ ପ୍ରତିହତ କରିଛନ୍ତି ବିଜେଡି ସୁପ୍ରିମୋ । ରାଜ୍ୟସଭା ନିର୍ବାଚନରେ ମିଳିତ ପ୍ରାର୍ଥୀ ନେଇ ନବୀନଙ୍କ ସହ ଆଲୋଚନା କରିବାକୁ ସପ୍ତାହେ ସମୟ ମାଗିଥିଲେ ପିସିସି ସଭାପତି । ହେଲେ ଡେଡଲାଇନ ସରିଯାଇଥିଲେ ବି ନବୀନଙ୍କ ଆଭିମୁଖ୍ୟ ଅସ୍ପଷ୍ଟ । ତେଣୁ ଚତୁର୍ଥ ଆସନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ।
ଅଧିକ ପଢ଼ନ୍ତୁ : ରାଜ୍ୟସଭାରେ ଅଶ୍ୱିନୀ ବୈଷ୍ଣବ ଫର୍ମୁଲା ! ଚତୁର୍ଥ ଆସନ ପାଇଁ ବିଜେପିର ପୁଣି ଦମ୍ଭୋକ୍ତି
ଏଯାଏଁ ନବୀନଙ୍କ ନୀରବ ଅବତାର ଉଭୟ କଂଗ୍ରେସ ଓ ବିଜେପିକୁ ଦୋଛକିରେ ପକାଇଛି । ଭକ୍ତଙ୍କୁ ସମୟ ନଦେଇ କଂଗ୍ରେସ ପ୍ରସ୍ତାବକୁ ପ୍ରଶ୍ନଘେରକୁ ଠେଲି ଦେଇଛନ୍ତି ବିଜେଡି ସୁପ୍ରିମୋ । ଅନ୍ୟପଟେ ପୂର୍ବରୁ ଅଯାଚିତ ଭାବେ ଆସନ ଟେକି ଦେଇଥିବା ନବୀନ ଏବେସୁଦ୍ଧା ବିଜେପିକୁ ନେଇ କାର୍ଡ ଖୋଲିନାହାନ୍ତି । ଏସବୁ ଭିତରେ କ’ଣ ରହିଛି ନବୀନଙ୍କ ପାଖରେ ବିକଳ୍ପ ?
୧. ପୁରୁଣା ଫର୍ମୁଲା ଆପଣାଇବେ ନା ସରପ୍ରାଇଜ କାର୍ଡ ଖେଳିବେ?
୨. ଚତୁର୍ଥ ଆସନ ପାଇଁ ଚୁପ୍ ରହିବେ ନା ଦଳୀୟ ପ୍ରାର୍ଥୀ ଦେବେ?
ରାଜ୍ୟସଭା ପରେ ପଞ୍ଚାୟତ ପରୀକ୍ଷାକୁ ଯିବେ ୩ ପ୍ରମୁଖ ଦଳ । ତେଣୁ ତୃଣମୁଳସ୍ତରରେ ବିଜେଡି ବଳ ହରାଉଥିବା ବେଳେ ରାଜ୍ୟସଭାକୁ ନେଇ ଭାବିଚିନ୍ତି ଗୋଟି ଚାଳନା କରୁଛନ୍ତି ନବୀନ ।
Follow Us