ବରମୁଣ୍ଡାରୁ ସରକାରଙ୍କୁ ଟାର୍ଗେଟ କରିବେ ରାହୁଲ : ରାଜ୍ୟ କଂଗ୍ରେସ ପକ୍ଷରୁ ବଡ଼ ଆୟୋଜନ

Advertisment

ରାହୁଲଙ୍କୁ ଶୁଣିବାକୁ ରାଜ୍ୟର କୋଣ ଅନୁକୋଣରୁ ଆସିବେ କଂଗ୍ରେସ କ୍ୟାଡର । ଦିନ ୧୧ଟାରେ ଭୁବନେଶ୍ବରରେ ପହଞ୍ଚିବେ ରାହୁଲ ଗାନ୍ଧୀ ।

ରାହୁଲଙ୍କୁ ଶୁଣିବାକୁ ରାଜ୍ୟର କୋଣ ଅନୁକୋଣରୁ ଆସିବେ କଂଗ୍ରେସ କ୍ୟାଡର । ଦିନ ୧୧ଟାରେ ଭୁବନେଶ୍ବରରେ ପହଞ୍ଚିବେ ରାହୁଲ ଗାନ୍ଧୀ ।

Rahul

Photograph: (kanaknews)

କନକ ବ୍ୟୁରୋ : ଆଜି ଆସିବେ ରାହୁଲ ଗାନ୍ଧୀ । ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବାକୁ ରାହୁଲ ଓଡ଼ିଶା ଆସୁଛନ୍ତି । ଏଥିପାଇଁ ବରମୁଣ୍ଡା ପଡିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପିସିସି ସଭାପତି ଓ ଦଳର ତୁଙ୍ଗ ନେତା ସଭାସ୍ଥଳରେ ପହଞ୍ଚି ସମୀକ୍ଷା କରିଛନ୍ତି । ରାହୁଲଙ୍କୁ ଶୁଣିବାକୁ ରାଜ୍ୟର କୋଣ ଅନୁକୋଣରୁ ଆସିବେ କଂଗ୍ରେସ କ୍ୟାଡର । ଦିନ ୧୧ଟାରେ ଭୁବନେଶ୍ବରରେ ପହଞ୍ଚିବେ ରାହୁଲ ଗାନ୍ଧୀ । ରାହୁଲ ବିମାନ ବନ୍ଦର ଛକରୁ ଜୟଦେବ ବିହାର ପର୍ଯ୍ୟନ୍ତ ଏକ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବା ପରେ ସିଧା ପାର୍ଟି ଅଫିସକୁ ଆସିବେ । କଂଗ୍ରେସ ଭବନରୁ ଶାସକ ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ ।     
  
ଓଡ଼ିଶା ଆସୁଛନ୍ତି ରାହୁଲ  
ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ
ଦିନ ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାହୁଲ
ବିମାନବନ୍ଦରରୁ ବରମୁଣ୍ଡା ପଡ଼ିଆ ଯାଏଁ ରାହୁଲଙ୍କ ରୋଡ ସୋ’  
ମଧ୍ୟାହ୍ନ ୧୨ଟାରେ ସମ୍ବିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ
ସଭା ସରିବା ପରେ ଚାଷୀଙ୍କ ଦୁଇଟି ପ୍ରତିନିଧି ଦଳଙ୍କୁ ଭେଟିବେ
ଅପରାହ୍ନ ୩ଟାରେ କଂଗ୍ରେସ ଭବନରେ ରାଜନୈତିକ କମିଟି ସହ ବୈଠକ
ପରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ କରିବେ ଆଲୋଚନା  
ସଂଧ୍ୟା ୫ଟାରେ ଦିଲ୍ଲୀ ଫେରିଯିବେ ରାହୁଲ 
ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ 
ପରବର୍ତ୍ତୀ ରୋଡ ମ୍ୟାପ ପାଇଁ କଣ ଗୁରୁମନ୍ତ୍ର ଦେବେ ତାକୁ ଅପେକ୍ଷା
ସଭାମଞ୍ଚରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କିଭଳି ଘେରିବେ 
କେଉଁ ପ୍ରସଙ୍ଗକୁ ନେଇ ଉଠାଇବେ ପ୍ରଶ୍ନ, ତା ଉପରେ ନଜର 
ରାହୁଲଙ୍କ ସହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଆସୁଛନ୍ତି
କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ବି ଗସ୍ତରେ ସାମିଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe