କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ସହ ଉଦିତ ପ୍ରଧାନ ଫଟୋକୁ ନେଇ ରାଜଧାନୀରେ ମରାଯାଇଛି ପୋଷ୍ଟର । ପୋଷ୍ଟରରେ ଲେଖାଯାଇଛି ଗୋଟିଏ ଫ୍ରେମ୍‌ରେ ଦୁଇ ଅପରାଧୀ । ଜଣେ ଦେଶଦ୍ରୋହୀ ଆଉ ଜଣେ ଦୁଷ୍କର୍ମକାରୀ । ଭକ୍ତ ଦାସ ଇସ୍ତଫା ଦିଅ । ଏଭଳି ଏକ ପୋଷ୍ଟର ରାଜଧାନୀରେ ଅନେକ ସ୍ଥାନରେ ଲାଗିଛି । ତେବେ କିଏ ଏହି ପୋଷ୍ଟର ମାରିଛି ତାହାକୁ ନେଇ ଉଠିଛି ପ୍ରଶ୍ନ । ରାଜ୍ୟରେ ମହିଳା ଦୁର୍ବ୍ୟବହାର ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ଥିବାବେଳେ ଏଭଳି ପୋଷ୍ଟରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Advertisment

ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇଛନ୍ତି ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ । ଘଟଣାକୁ ନେଇ ତାଙ୍କୁ ତୁରନ୍ତ ଛାତ୍ର ସଭାପତି ପଦରୁ ନିଲମ୍ବିତ କରାଯାଇଛି । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ୬ଜଣିଆ କମିଟି ଗଠନ କରିଛି ରାଜ୍ୟ କଂଗ୍ରେସ । ଏହି ଘଟଣାକୁ ନେଇ ବିଜେପି କଂଗ୍ରେସକୁ ଘେରିଛି । ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତିକୁ ନେଇ ଗତ ୧୭ ତାରିଖରେ ଓଡ଼ିଶା ବନ୍ଦ ପାଳନ କରିଥିଲା କଂଗ୍ରେସ । ଆଉ ଏବେ କଂଗ୍ରେସର ଛାତ୍ର ନେତା ସଭାପତି ନିଜେ ମହିଳା ଦୁଷ୍କର୍ମ ମାମଲାରେ ଛନ୍ଦି ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି ।